କରଞ୍ଜିଆ କଲେଜ ରେ ସ୍ବେଛାକୃତ ରକ୍ତଦାନ ଶିବିର
କରଞ୍ଜିଆ, (ଜିତେନ୍ଦ୍ର ରାଜ):ପବିତ୍ର ଗୁରୁ ଦିବସ ଉପଲକ୍ଷେ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଯୁବ ରେଡକ୍ରସ୍ ୟୁନିଟ ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ (ଜୀବନବିନ୍ଦୁ) ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ କରଂଜିଆ ବିଧାୟିକା ତଥା ରାଜ୍ୟ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ଗିରିଧାରୀ ପୃଷ୍ଟି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ରକ୍ତଦାନର ମହତ୍ତ୍ଵ ଓ ଗୁରୁତ୍ବ ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରି ଯୁବ ପୀଢ଼ି ଏଦିଗରେ ସଚେତନ ହୋଇ ରକ୍ତ ଦାନ କରିବା ଉଚିତ ବୋଲି ମୁଖ୍ୟ ଅତିଥି ଶ୍ରୀମତି ହେମ୍ବ୍ରମ ପ୍ରକାଶ କରିଥିଲେ। ଏହି ଶିବିର ପରିଚାଳନାରେ ମେଜର ଉପେନ୍ଦ୍ର ମହାନ୍ତ, ଅଧ୍ୟାପକ ସିପୁନ ଦାସ, କାଳନ୍ଦୀ ପ୍ରଧାନ, ବିଭୁତି ଭୁଷଣ ମହାନ୍ତ ଏବଂ ଅଧ୍ୟାପିକା ଗୀତାଞ୍ଜଳୀ ବିର୍ତ୍ତିଆଙ୍କ ସମେତ ବହୁ ସ୍ୱଛାସେଵୀ ସହଯୋଗ ପ୍ରଦାନ କରିଥିଲେ। କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ରକ୍ତକେନ୍ଦ୍ର ପରିଚାଳକ ଡ଼ ଗୈାରାଙ୍ଗ ଚରଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରକ୍ତ ସଂଗୃହୀତ ହୋଇଥିବାବେଳେ କର୍ମଚାରୀ କପିଳେନ୍ଦ୍ର ଦେବ ରାଉତ, ରଜତ କୁମାର ମହାକୁଡ଼, ତ୍ରିଲୋଚନ ମହାନ୍ତ,ଗାୟତ୍ରୀ ସାହୁ ସୁମନ୍ତ ମହାନ୍ତ ପରିଚାଳନା କରିଥିଲେ। ଆଜିର ଶିବିରରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଶିବିର ପରିଚାଳକ ସୂଚନା ଦେଇଛନ୍ତି ।