କନ୍ଧମାଳ ଜିଲ୍ଲାରେ ଚଳାଚଳ କରୁଥିବା ସମସ୍ତ ସରକାରୀ ବସରେ ବିଜ୍ଞାପନ ଖେଳି ଯାଇଛି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):୨୦୨୪ ମସିହାରେ ସାଧାରଣ ନିର୍ବାଚନର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାର ଓଡିଶା ରାଜ୍ୟ ସଡକ ପରିବହନ ନିଗମର ବସ ଗୁଡିକୁ ପ୍ରଚାରର ପ୍ରମୁଖ ମାଧ୍ୟମ କରିଛନ୍ତି । ସରକାରୀ ବିଜ୍ଞାପନରେ ସରକାରୀ ବସକୁ ଛାଇ ଦେଇଛି । ସୂଚନା ଅନୁଯାୟୀ, ଗତ ୨୦୧୯ ମସିହାରେ ସାଧାରଣ ର୍ନିବାଚନ ହୋଇଥିବାରୁ ୫ ବର୍ଷରେ ଥରେ ନିର୍ବାଚନ ହୋଇଥାଏ । ଚଳିତ ଥର କେଉଁ ମାସରେ ହେବ ଓ କେଉଁ ପ୍ରକ୍ରିୟାରେ ନିର୍ବାଚନ କମିସନ ନିର୍ବାଚନ କରିବେ ତାହା ଏ ଯାଏଁ କିଛି ସ୍ପଷ୍ଟ ହୋଇନି । ଏକ ବେସରକାରୀ ଗଣନାକୁ ଦୃଷ୍ଟିରେ ରଖି ଶାସକ ବିଜେଡି ଦଳ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଭିନ୍ନ ସମରସଜ୍ଜା ଓ କୋଶଳ ଆପଣାଇବା ଆରମ୍ଭ କରିଛ । ଗାଁ ଠାରୁ ସହର ପର୍ଯ୍ୟନ୍ତ ବଡ ବଡ ହୋଡିଂ ଲଗାଇ ପ୍ରଚାର ମଧ୍ୟ ଆରମ୍ଭ କରିଥିବା ବେଳେ ଏବେ ସରକାରୀ ବସ ଗୁଡିକୁ ପ୍ରମୁଖ ମାଧ୍ୟମ କରିଛି । ଆଞ୍ଚଳିକ ବସ ଠାରୁ ଆରମ୍ଭ କରି ଓଡିଶା ମଧ୍ୟରେ ଚାଲୁଥିବା ସମସ୍ତ ଦ୍ରୁତଗାମୀ ବସ ଗୁଡିକରେ ବି ବିଭିନ୍ନ ସରକାରୀ ଯୋଜନାର ବିଜ୍ଞାପନ ଛାଇ ଯାଇଛି । ବଡଧରଣର ଷ୍ଟିକରକୁ ବସର ଚାରିପଟେ ଲଗା ଯାଇଥିବା ଦେଖିବାକୁ ମିଳିଛି । ଏହି ଷ୍ଟିକର ଲଗାଇବା ପରେ ବସର ପୂର୍ବରୁ ଥ‌ିବା ରଙ୍ଗ ବାହାରି ପଡୁଥ‌ିବାରୁ ସମ୍ପୂର୍ଣ୍ଣ ଷ୍ଟିକର ବାହାରିବା ପରେ ପୁଣି ବସ ଗୁଡିକୁ ରଙ୍ଗ ଦେବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ବସର କର୍ମଚାରୀ ମାନେ କହିଛନ୍ତି । ବିଜୁ ସ୍ଵାସ୍ଥ୍ୟ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ସଂପର୍କୀତ ଷ୍ଟିକର ବସ ଗୁଡିକରେ ଲଗାଯାଇଛି । ସରକାର ଯଦିଓ ଆଞ୍ଚଳିକ ବସକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି l ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦେବା ଠାରୁ ଶହେ ଗୁଣା ଏହା ଅଧିକ ଭଲ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି । ଏହି ସବୁ ସରକାରୀ ଯୋଜନାର ଷ୍ଟିକର ଲଗାଇବା ପାଇଁ ଏକ ବେସରକାରୀ ସଂସ୍ଥା ଠିକା ନେଇଥିବା ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ