ପୂଜା ପାଇଁ ପାଇଁ ଆରମ୍ଭ ହେଲାଣି ଜୋର ଜବରଦସ୍ତି ଚାନ୍ଦା ଆଦାୟ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସେପମ୍ବର ମାସରୁ ପୂଜାର ମାହୋଲ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୧୭ ତାରିଖରେ ବିଶ୍ଵକର୍ମା ପୂଜା ପରେ ଲାଗିଲାଗି ଗଣେଶ ପୂଜା, ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା, କାଳୀ ପୂଜା ଆଦି ପାଇଁ ବିଭିନ୍ନ କମିଟି ଚାନ୍ଦା ମାଗିଥାନ୍ତି । ତେବେ ଏବେଠୁ ସବୁଠି ଗଣେଶ ପୂଜା ପାଇଁ ଚାନ୍ଦା ମଗା ଆରମ୍ଭ ହୋଇଗଲାଣି । ଯିଏ ଯେଉଁଠି ଚାହୁଁଛି ରସିଦ ଗଣ୍ଡେ ଛପାଇ ରାସ୍ତା କଡରେ କିଛି ଯୁବକ ଛିଡା ହୋଇ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିବା ଦେଖିବାକୁ ମିଳିଲାଣି । ଏହି ଚାନ୍ଦା ଆଦାୟରେ କେତେକ ନିଶାଢ଼ି, ପେଶାଗତ ଅପରାଧି ଗୋଷ୍ଠୀଗତ ବ୍ୟକ୍ତି ମାନେ ରାସ୍ତାରେ ଯାତାୟାତ କରୁଥିବା ଯାନବାହାନ ଓ ପଥଚାରୀ ତଥା ନିକଟସ୍ଥ ପରିବାର ଗୁଡିକୁ ଧମକଚମକ ଦେଇ ଟଙ୍କା ଆଦାୟ କରୁଛନ୍ତି । ଯିଏ ମନା କରୁଛି, ଚାନ୍ଦା ମାଗିବା ନାଁରେ ସେମାନଙ୍କୁ ନାଲି ଆଖି ମଧ୍ୟ ଦେଖାଯାଉଛି । କେବଳ ଏହା ସହରରେ ସୀମିତ ନୁହେଁ, ସହରରେ ଘରଘର ଯାଇ ଚାନ୍ଦା ମଗାଯାଉଥିବା ବେଳେ ଗ୍ରାମାଞ୍ଚଳରେ ରାସ୍ତା ଉପରେ ଗାଡି ଅଟକାଇ ଜବରଦସ୍ତ ଚାନ୍ଦା ମଗାଯାଉଛି । ନଚେତ ଗାଡି ଛଡ଼ାଯିବ ନାହିଁ ବୋଲି ଧମକାଉଛନ୍ତି । ତେଣୁ ପୂଜା ଆଳରେ କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବେପାରୀ ଓ ଲୋକଙ୍କୁ ଶୋଷୁଥିବା ବେଳେ ପୁଲିସ ସେ ଦିଗରେ ଏପର୍ଯ୍ୟନ୍ତ ଚିନ୍ତା କରୁନାହିଁ । ତେଣୁ ଅତି କମରେ ପୁଲିସ ଭିଡ଼ିଓ ବାର୍ତ୍ତାଟିଏ ଜାରି କରି ଚାନ୍ଦା ସଂଗ୍ରହ ବାଧ୍ୟବାଧକତା ନୁହେଁ ବୋଲି କହିଲେ କିମ୍ବା ଏନେଇ ଅଭିଯୋଗ ଦେବା ପାଇଁ କୌଣସି ଏକ ଟୋଲ ଫ୍ରି ନମ୍ବର ଜାରି କରି ଟିକିଏ କଠୋର ହେଲେ କନ୍ଧମାଳ ବାସୀ ଆର୍ଥିକ ଲୁଟରୁ ଆଶ୍ଵସ୍ତ ହୋଇ ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ