ଲକ୍ଷ୍ମୀନୃସିଂହ କଳାମନ୍ଦିର ପକ୍ଷରୁ ଗୁରୁପୂଜନ ଉତ୍ସବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଞ୍ଚଳ ସାଂସ୍କୃତିକ ଅନୁଷ୍ଠାନ ନୃସିଂହ କଳା ମନ୍ଦିର ପକ୍ଷରୁ ପବିତ୍ର ଗୁରୁଦିବସ ପାଳନ ଅବସରରେ ମଙ୍ଗଳବାର ନିଜସ୍ୱ ଭବନ ପାରିସରରେ ଗୁରୁପୂଜନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ତତ୍ତବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶୀ ନୃତ୍ୟଗୁରୁ ଭୂବନେଶ୍ୱର ସେନାପତି ଯୋଂଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗୁରୁ ସତ୍ୟ ନାରାୟଣ ସାହୁ, ଦିଲ୍ଲିପ କୁମାର ସାହୁ, ଲିଙ୍ଗରାଜ ସେନାପତି, ରମାକାନ୍ତ ସାହୁ, ରଜନୀକାନ୍ତ ସାହୁ, ସଙ୍ଗୀତ ଗୁରୁ ଗୌରହରି ନାୟକ, ବରିଷ୍ଠ ମର୍ଦ୍ଧ, ବାଦକ ଗୁରୁ କେ. ବାଉରି ପାତ୍ର, ଟାଇକୋଣ୍ଡା ପ୍ରଶିକ୍ଷକ ଅମ୍ବିକା ପ୍ରସାଦ ଦାଶ, ସାମ୍ବାଦିକ ଦ୍ୱୀତିକୃଷ୍ଣ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ଗୁରୁଙ୍କୁ ଉଚିତ ସମ୍ମାନ ପଦର୍ଶନ ସହ ଗୁରୁ- ଶିଷ୍ୟ ପରମ୍ପରା ସର୍ମ୍ପକରେ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଉପସ୍ଥିତ ସମସ୍‌ତ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର କୁନି କୁନି କଳାକାର ମାନଙ୍କ ଦ୍ୱାରା ବଂଶୀ, ତବଳା, ଓଡିଶୀ ନୃତ୍ୟ ମାଧ୍ୟମରେ ଗୁରୁବନ୍ଦନା ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସଙ୍ଗୀତ, ନୃତ୍ୟୁ ଓ ଦଳଗତ ନୃତ୍ୟୁ ପରିବେଷଣା କରାଯାଇଥିଲା । ନୃତ୍ୟର ତାଳେ ତାଳେ ଦର୍ଶକ ମାନେ ବିମୋହିତ ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉପସଭାପତି ପର୍ଶୁରାମ ସାହୁ, ଯୁଗ୍ମ ସମ୍ପାଦକ ତରଣୀ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ