ଆଧୁନିକତାର ଛାପରେ ବଦଳିଛି ଶ୍ମସାନ
ଚିକିଟୀ, (କୁରେସ ସାହୁ):ଗଞ୍ଜାମ ଜିଲ୍ଲା ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହିଥିବା ଚିକିଟି ପେଣ୍ଠ ତଳ ବଜାର ଗାଁ ଶ୍ମସାନ ଆଜି ଆଧୁନିକତାର ଛାପରେ ନିଜର ରୂପ ରେଖ କୁ ବଦଳେଇ ସତେ ଯେମିତି ଶ୍ୱସାନ ନୁହ ପାର୍କ ପାଲଟିଛି |କିନ୍ତୁ ଶ୍ୱସାନ ରେ ଥିବା ସେହି ଶତାୟୁ ବରଗଛ ଟୀ ଆଜି ବି ମୁକ ସାକ୍ଷୀ ହୋଇ ଠିଆ ହୋଇଛି। ଦିନଥିଲା ଉକ୍ତ ଶ୍ମଶାନ କୁ ଯିବା ଲାଗି ପାଦ ଚଳା ରାସ୍ତା ଟିଏ ସଠିକ ଭାବେ ନଥିଲା। କାହାର ଯଦି ପରଲୋକ ଘଟିଲା ତା ହେଲେ କଥା ସାରିଲା, କାରଣ ଶ୍ମସାନ କୁ ଯିବାକୁ ଭଲ ରାସ୍ତା ଟିଏ ନଥିଲା।ବିଲ ହିଡ଼ରେ ବହୁ କଷ୍ଟରେ ଚାରିକାନ୍ଦ ବଦଳରେ ଦୁଇ କାନ୍ଦ ରେ ଶବକୁ ବୋହିନେଇ କିଛି ରାସ୍ତା ଅତିକ୍ରମ କଲା ପରେ ବାକି ସମ୍ପୂର୍ଣ୍ଣ ରାସ୍ତା କଣ୍ଟା ବୁଦା ରେ ପରିପୂର୍ଣ୍ଣ ହୋଇରହିଥିଲା।ଶବ କୁ ସତ୍କାର ଲାଗି ପାଖାପାଖି ଅଧ କିଲୋମିଟର ରାସ୍ତା ରେ ଥିବା କଣ୍ଟା ବୁଦା ଆଡେଇ ଶ୍ମସାନରେ ପହଞ୍ଚିବା କୁ ପଡ଼ୁଥିଲା।ଯଦି କୌଣସି ବ୍ୟକ୍ତି ଙ୍କ ରାତିରେ ପରଲୋକ ଘଟିଲା କଥା ସରିଲା ଅନ୍ଧକାର ରାତିରେ ଶ୍ୱସାନ ରେ ପହଞ୍ଚିବା କେତେ ଯେ କଷ୍ଟ ଦାୟକ ପରିସ୍ଥିତି ତାହା କହିବା କଷ୍ଟକର |ଝଡ଼ ତୋଫାନ ସମୟରେ ମୁର୍ତାହତ ହେଲେ ସେ ସମୟର କଥା ନ କହିବା ଭଲ |ଏଭଳି ପରିସ୍ଥିତିରେ ଖରା, ବର୍ଷା, ଶୀତ କାକର ରେ ଶବ ସତ୍କାର ପାଇଁ ଯାଇଥିବା ଲୋକଙ୍କୁ ସହାୟତା ପ୍ରଦାନ କରି ଆଜି ବି ମୁକ ସାକ୍ଷୀ ଭାବେ ଛିଡା ହୋଇଛି ଏହି ଶତାୟୁ ବରଗଛଟି |ଯେଉଁ ଗଛଟି ଆଜିବି ବାଟୋଇ ଙ୍କୁ ଆନନ୍ଦ ରେ ଛାଇ ପ୍ରଦାନ କରିବା ସହ ଆଧୁନିକତା ଢାଞ୍ଚାରେ ସଜାଇ ହୋଇ ଅଞ୍ଚଳର ସୌନ୍ଦର୍ଯ୍ୟ ମଣ୍ଡନ କରିବା ସହ ଲୋକଙ୍କ ପାଇଁ ପାଲଟି ଯାଇଛି ଏକ ସେଲ୍ଫି ପଏଣ୍ଟ |ଏହି ଶ୍ୱସାନ ପାଇଁ ବିଭିନ୍ନ ସମୟରେ ଗ୍ରାମବାସୀ ମାନେ ରାସ୍ତା ନିର୍ମାଣ ଲାଗି ବହୁବାର ନେତା, ରାଜନେତା, ଅଫିସ ଦପ୍ତର ଆଦି ବିଭିନ୍ନ କାର୍ଯ୍ୟାଳୟ କୁ ଯାଇ ବହୁ ବାର ଅଭିଯୋଗ କରିଥିଲେ ମଧ୍ଯ କିଛି ସୁଫଳ ମିଳିନଥିଲା।ଏଭଳି ପରିସ୍ଥିତିରେ ଗ୍ରାମର କିଛି ଭଦ୍ର ବ୍ୟକ୍ତିଙ୍କ ବୈଦାନ୍ୟ ରେ ଏକ ଗୃହ ଓ କୂପ ନିର୍ମାଣ ହୋଇଥିଲା | ପରବର୍ତୀ ସମୟରେ ତତ୍କାଳୀନ ସାଂସଦ ଅନାଦି ସାହୁଙ୍କ ସାଂସଦ ଫୋଣ୍ଡ ସହାୟତାରେ ପ୍ରାୟ ରାସ୍ତା ନିର୍ମାଣ ସରିଥିଲେ ବି ରହିଥିଲା ବହୁ ଅସୁବିଧା |ସମୟ ଚକ୍ରରେ ଚିକିଟି ବଜାର ଟ୍ରାଫିକ ସମସ୍ଯା କୁ ଦୂର କରିବା ପାଇଁ ସ୍ଥାନୀୟ ବିଧାୟୀକା ତଥା ମନ୍ତ୍ରୀ ଉଷାଦେବୀ ଙ୍କ ପ୍ରଚେଷ୍ଟାରେ ପୂର୍ତ୍ତ ବିଭାଗ ଦ୍ୱାରା ବାଇପାସ୍ ରାସ୍ତା ନିର୍ମାଣ ଆରମ୍ବ ହେଲା। ଏହାପରେ ମନ୍ତ୍ରୀ ଉଷାଦେବୀ ଦେବୀ ଙ୍କ ଶୁଭଦୃଷ୍ଟି ଏହି ଶ୍ମଶାନ ଉପରେ ପଡିଥିଲା।୨୦୨୦/୨୧ରେ ଏହାର ଟେଣ୍ଡର କରି ଟୁନି ସାହୁ ଠିକାଦାର ଙ୍କ ସହଯୋଗ ଓ ଧର୍ମା ସାହୁଙ୍କ ତତ୍ଵାବଧାନ ରେ କାର୍ଯ୍ୟରମ୍ବ ହୋଇ ସୁନ୍ଦର ସୌନ୍ଦର୍ଯ୍ୟ କରଣ ରେ ଉଦଘାଟନ ର ରୂପ ନେଲା | ଯାହା ଆଜି ଓଡିଶାରେ ଏକ ଆଦର୍ଶ ଶ୍ମଶାନ ରୂପେ ଖ୍ୟାତି ଅର୍ଜନ କରିପାରିଛି।