ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ
ଚିକିଟୀ, (କୁରେସ ସାହୁ):ଚିକିଟୀ ପେଣ୍ଠ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାଆଡମ୍ବରରେ ପାଳନ ହୋଇଯାଇଛି l କାର୍ଯ୍ୟକ୍ରମରେ ଉପସ୍ଥିତ ଅଭିଵାବକ ଓ ଶିଶୁମାନଙ୍କ ରଙ୍ଗାରଙ୍ଗ ଆଧ୍ୟାତ୍ମିକ ପରିବେଶକୁ ଶ୍ରୀକୃଷ୍ଣମୟ କରିବାପାଇଁ ବେଦ ପ୍ରବଚକ ତପୋବନ ରାଇକିଆର ଆଚାର୍ଯ୍ୟ ଶ୍ରୀ ବାମ ଦେବ ମହାରାଜ ସୁନ୍ଦର ପ୍ରବଚନରେ ମନ୍ତ୍ରମୁଗ୍ଧ କରିଥିଲେ l ଶିଶୁବାଟିକାର ୧୫୦ଜଣ ଶିଶୁ ଭାଇ ଓ ଭଉଣୀମାନେ ଶ୍ରୀକୃଷ୍ଣ ରାଧା ବେଶ ଧାରଣ କରି ସହର ପରିଭ୍ରମଣ କରିଥିଲେ l ସେମାନଙ୍କୁ ବିଦ୍ୟାଳୟ ପ୍ରାଙ୍ଗଣରେ ରାଧାକୃଷ୍ଣ ମଠାଧିଶ ପ୍ରେମାନନ୍ଦ ଦାସ ଅଂଶ ଗ୍ରହଣକରି କୁନି ରାଧା କୃଷ୍ଣଙ୍କୁ ଆଳତୀ କରି ଶୋଭ ମଣ୍ଡପକୁ ସ୍ୱାଗତ କରି ଆଣିଥିଲେ l ପରିଶେଷରେ ଶ୍ରୀକୃଷ୍ଣଙ୍କ ଆଧାରିତ ନୃତ୍ୟ ପରିବେଷଣ କରି ଶିଶୁ ଭାଇଭଉଣୀମାନେ ପବିତ୍ର ବାତାବରଣକୁ ଉତ୍ସବ ମୁଖରିତ କରିବାରେ ସହାୟକ ହୋଇଥିଲେ l ପରିଚାଳନା ସମିତିର ସଭାପତି ଶ୍ରୀ ପି . ରାମାରାଓ ସୁବୁଦ୍ଧି ଓ ଯୁଗ୍ମ ସମ୍ପାଦକ କେ . ସିମାଞ୍ଚଳ, ପ୍ରଧାନାଚାର୍ଯ୍ୟ ଶ୍ରୀ ନିରଞ୍ଜନ ବିଷୋୟୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ତଥା ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିଲା l