ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶ୍ରୀକୃଷ୍ଣ ମେଳା
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ରେ ଶ୍ରୀକୃଷ୍ଣ ଜନ୍ମାଷ୍ଠମୀ ପାଳନ ସହ ଶ୍ରୀକୃଷ୍ଣ ମେଳା ଅନୁଷ୍ଠିତ ହେଇଯାଇଛି । ଏହି ଅବସରରେ ପଣ୍ଡିତ ମନୋରଂଜନ ଦାଶ ଓ କୈଳାସ ଚନ୍ଦ୍ର ଶତପଥିଙ୍କ ପୌରହିତ୍ୟରେ ସମସ୍ତ ପୂଜାର୍ଚ୍ଚନା କରାଯାଇଥିଲା । ଶିଶୁମାନେ କୃଷ୍ଣ ଏବଂ ରାଧାବେଶ ପରିଧାନ କରି ଏକ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇଥିଲେ । ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ନିର୍ମିତ କୃଷ୍ଣଙ୍କ ଚିତ୍ର ସହିତ ବିଦ୍ୟାଳୟର କାନ୍ଥଗୁଡ଼ିକ ସୁନ୍ଦର ଭାବରେ ସଜାଯାଇଥିଲା | ବିଦ୍ୟାଳୟଟି ଉଜ୍ଜ୍ୱଳ ଆଲୋକ ସହିତ ଉଜ୍ଜ୍ୱଳ ଫୁଲ ଏବଂ ପତ୍ରରେ ସଜାଯିବା ସହ ଘଣ୍ଟି ବଜାଇବା ବିଦ୍ୟାଳୟ ପରିବେଶକୁ ସୁଦୃଢ଼ କଲା | ପ୍ରଧାନଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ତଃରାଷ୍ଟ୍ରୀୟ ପ୍ରବକ୍ତା ତଥା ଭାଗବତ ଭାଷ୍କର ଶୀଜଗନ୍ନାଥ ପଣ୍ଡା ଶିଶୁମାନଙ୍କୁ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ କହିଥିଲେ । ଉତ୍ସବରେ ଅଭିଭାବକମାନଙ୍କ ସହିତ ପରିଚାଳନା ସମିତିର ସଭାପତି ଉପନ୍ଦ୍ରେ ମହାନ୍ତି, ସମ୍ପାଦକ ପଦ୍ମଚରଣ ସାହୁ,କୋଷାଧ୍ୟକ୍ଷ ଏ.ରାରଣା ରାଓ, ଉପସଭାପତି ଗୀତା ପାଢୀ ପ୍ରମୁଖ ଯୋଗ ଦେଇଥିଲେ ।ଛାତ୍ରମାନଙ୍କ ଦ୍ବାରା ଦହି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଶେଷରେ ଶିଶୁମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଯେଉଁଥିରେ ଛୋଟ ଛୋଟ ଶିଶୁ ମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ |