ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ପାଠଚକ୍ର
ବାଲେଶ୍ବର, (ସରୋଜ ପଣ୍ଡା):ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଆନୁକୂଲ୍ୟରେ ‘ଇନ୍ଭେଷ୍ଟମେଣ୍ଟ ଇନ୍ ଷ୍ଟକ୍ ମାର୍କେଟ୍’ ଶୀର୍ଷକ ଏକ ପାଠଚକ୍ର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଉଦ୍ଘାଟନ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ତଥା ପ୍ରଶାସନିକ ଅଧିକାରୀ ଡ. ସୁବ୍ରତ କୁମାର ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ଅନିରୁଦ୍ଧ ବେହେରା ବିଷୟବସ୍ତୁର ମର୍ମ ଉପସ୍ଥାପନ କରିଥିଲେ। ମୁଖ୍ୟବକ୍ତା ଭାବେ ପଶ୍ଚିମବଙ୍ଗ ମେଦିନିପୁର ଜିଲ୍ଲାର ସିଏସ୍ଡିଏଲ୍ ମୁଖ୍ୟ ସୁଦିପ୍ତା ସାନିୟାଲ୍ ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନା କରିଥିଲେ। ଅନ୍ୟତମ ବକ୍ତା ଭାବେ ପୂର୍ବ ମେଦିନପୁର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଜିଲ୍ଲା ପରିଚାଳକ ଉଜ୍ଜ୍ବଳ କୁମାର ବାର ତାଙ୍କର ବକ୍ତବ୍ୟ ରଖିବା ସହ ଛାତ୍ରଛାତ୍ରୀଙ୍କୁ କୁଇଜ୍ ପରୀକ୍ଷା କରିଥିଲେ। ବିଭାଗୀୟ ଅଧ୍ୟାପକ ପାପିୟା ପାଲ୍ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗର ସହକାରୀ ପ୍ରଫେସର ସଂଗ୍ରାମ ଚରଣ ପାଣିଗ୍ରାହୀ କାର୍ଯ୍ୟ ପରିଚାଳନା କରିଥିଲେ। ସଭାରେ ୧୦୫ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ।