ସ୍ୱାମୀ ବ୍ରହ୍ମାନନ୍ଦଙ୍କ ୨୨ତମ ପୂଣ୍ୟତିଥିରେ ବୃକ୍ଷପୂଜା ଓ ଶାନ୍ତି ଯଜ୍ଞ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାରେ ଆର୍ଯ୍ୟ ସମାଜର ମହାନ୍ ପ୍ରଚାରକ ଓ ଗୁରୁକୂଳ ଆନ୍ଦୋଳନର ପ୍ରାଣ ପ୍ରତିଷ୍ଠାତା, ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ୨୨ତମ ପୂଣ୍ୟତିଥି ବୁଧବାର ପୂର୍ବାହ୍ନରେ ସ୍ୱାମୀ ବ୍ରହ୍ମାନନ୍ଦ ସେବା ଟ୍ରଷ୍ଟ ଓ ଆର୍ଯ୍ୟସମାଜ, ଓଡ଼ିଶା ପକ୍ଷରୁ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ପାତ୍ରପଡ଼ାସ୍ଥିତ ସ୍ମୃତିବନଠାରେ ସ୍ମୃତିବୃକ୍ଷକୁ ପୂଜା ଅର୍ଚ୍ଚନା ସହ ଓଡ଼ିଶାରେ ସଂସ୍କୃତ ଶିକ୍ଷାର ପ୍ରଚାର ପ୍ରସାରରେ ସ୍ୱାମିଜୀଙ୍କ ଅବଦାନ ବିଷୟରେ ସ୍ମୃତିଚାରଣ କରାଯାଇଥିଲା । ସ୍ୱାମିଜୀଙ୍କ ସ୍ମୃତିରେ ସ୍ୱାମୀ ବ୍ରହ୍ମାନନ୍ଦ ଭବନ, ଶ୍ରୀ ଅରବିନ୍ଦ ନଗରଠାରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌରୋହିତ୍ୟରେ ଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଶ୍ରାବଣୀ ଉତ୍ସବର ଶେଷଦିନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ଓ ବୈଦିକ ପରମ୍ପରା ଉପରେ ପ୍ରଫେସର ଡ. ବୁଦ୍ଧଦେବ ମିଶ୍ର ଉପସ୍ଥିତ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଆଜିର କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୁଷ୍ପରାଜ ପ୍ରଧାନ, ପୃଥିରାଜ ପ୍ରଧାନ, ଶ୍ରୀମତୀ ଆରତୀ ଜ୍ଞାନେନ୍ଦ୍ର, ପ୍ରଜ୍ଞାରାଜ ପ୍ରଧାନ, ପ୍ରଭାତ ପାଣିଗ୍ରାହୀ, ଭବାନୀକାନ୍ତ ରାଉତ, ଜନ୍ମେଜୟ ନାୟକ, ସ୍ମୃତିବନର ତତ୍ତ୍ୱବଧାରିକା ଶ୍ରୀମତୀ ସ୍ମୃତିରେଖା ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ନଳିନୀକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।