ରାଇକିଆ ରେ ଜନ୍ମାଷ୍ଟମୀ ପାଳିତ
ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ସରସ୍ଵତୀ ଶିଶୁ ମନ୍ଦିର ରେ ବୁଧବାର ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ଶିଶୁ ମାନେ ରାଧାକୃଷ୍ଣ ବେଶ ରେ ସଜ୍ଜିତ ହୋଇ ସହର ପରିକ୍ରମା କରିଥିଲେ । ଜନ୍ମାଷ୍ଟମୀ ପୂଜାର୍ଚ୍ଚନା ସହ ଦହି ହାଣ୍ଡି ଭଙ୍ଗନ, ଭଜନ, ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସର ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପାଳନ ର ମହତ୍ତ୍ଵ ସଂପର୍କ ରେ ଆଲୋକପାତ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ କାମଦେବ ବେହେରା, ଆଦିତ୍ୟ ପାତ୍ର ଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା ପରିଚାଳନା କରିଥିଲେ ।