ବନ ବିଭାଗର ବୃକ୍ଷରୋପଣ କାର୍ଯ୍ୟ ନେଇ ଅଭିଯୋଗ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳର ସାହସପୁର ବନପାଳଙ୍କ ଅଧୀନ ପି ଜଗନ୍ନାଥପୁର ବିଟ ଅଞ୍ଚଳରେ ମନରେଗା ଯୋଜନା ଅନ୍ତର୍ଗତରେ କରାଯାଊଥିବା ରାସ୍ତାପାର୍ଶ୍ଵ ବୃକ୍ଷରୋପଣ କରାଯାଇଛି।ଗଛ ମରିଯାଇଥିବା ନେଇ ଅଭିଯୋଗ ହୋଇଛି । ଏସ ଗୋପାଳପୁର ପଞ୍ଚାୟତର ପ୍ରତାପଗିରି ଠାରୁ ସୁନାରୀପଲ୍ଲି ରାସ୍ତାରେ କରାଯାଇଥିବା ଏହି ବିଭାଗୀୟ ବୃକ୍ଷରୋପଣରେ ଉପଯୁକ୍ତ ଯତ୍ନ ଅଭାବରୁ ରୋପଣ କରାଯାଇଥିବା ବହୁ ଚାରା ସୁଖିଯାଇଥିବ ନେଇ ସ୍ଥାନୀୟ ସାମାଜିକ ଗଣମାଧ୍ୟମରେ ଖବର ପୋଷ୍ଟ ହେଉଥିବା ବେଳେ ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କ କାର୍ଯ୍ୟ କାରିତାନେଇ ଅଭିଯୋଗ ହେଉଥିବା ଜଣାପଡ଼ିଛି ।ସରକାରଙ୍କ ପକ୍ଷରୁ ମୌସୁମୀ ଆଗମନ ସମୟରେ ବନ ବିଭାଗ ଦ୍ଵାରା କରାଯାଉଥିବା ଏହି ବନ ମହୋତ୍ସବ ଜନିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରି ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବନୀକରଣ ଏବଂ ରସ୍ତାପାର୍ଶ୍ଵ ବୃକ୍ଷ ରୋପଣ କରାଯାଇଥିବା ବେଳେ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କ ତତ୍ଵାବଧାନରେ ଗଛଚାରା ଲଗାଯାଇଛି ।ଗଛ ଚାରା ନଷ୍ଟ ହେବା ଏନେଇ କିଛି ବ୍ୟକ୍ତି ଆକ୍ରୋଶ ମାନଭାବ ରଖି ବିଭିନ୍ନ ପ୍ରକାର ଅଭିଯୋଗ କରିଥିବା ଜଣାପଡ଼ିଛି ।ସାଧାରଣ ଅଭିଯୋଗ କ୍ରମେ ଏଥିନେଇ ସ୍ଥାନୀୟ ସାହାସପୂର ବନପାଳ ଅରୁଣ କୁମାର ଦାସଙ୍କ ସହ ଯୋଗାଯୋଗ କରି ହେଉଥିବା ଅଭିଯୋଗ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ ନିଜ ପ୍ରତିକ୍ରିୟାରେ ବୃକ୍ଷ ରୋପଣ ସମୟ ପରେ ବର୍ଷା ଅଭାବ ଏବଂ ନିଦାଘ ଖରା କାରଣରୁ କିଛି କିଛି ସ୍ଥାନରେ ଲଗାଯାଇଥିବା ଗଛଚାରା ଗୁଡ଼ିକ ଝାଉଁଳି ମରିଥିବା ସେ ଅବଗତ ଅଛନ୍ତି । ବୃକ୍ଷରୋପଣ ସମୟରେ ଏଭଳି କିଛି ଶତାଂଶ ଗଛ ଚାରା ନଷ୍ଟ ହେବା ସ୍ଵାଭାବିକ ପ୍ରକ୍ରିୟା ଅଟେ । ନଷ୍ଟ ହୋଇଥିବା ଗଛଚାରା ବଦଳରେ ସେଠାରେ ନୂଆଁଚାରା ଲଗାଯାଇ ସୁରକ୍ଷିତ ରଖାଯାଇଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ବନ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ବୃକ୍ଷରୋପଣ କାର୍ଯ୍ୟ ଚାଲୁ ରହିଥିବାରୁ ସମୟ ଉପଯୋଗୀ ପଦକ୍ଷେପ ନିଆଯାଉଥିବା ସେ ମତବ୍ୟକ୍ତ କରିବା ସହ ଅଞ୍ଚଳ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ