ଦୁର୍ନୀତିରେ ଉବୁଡୁବୁ ଭବାନୀପାଟଣା ପୌରପାଳିକା

ଭବାନୀପାଟଣା, (ଯୁଗାଦ୍ଧ ନ୍ୟୁଜ):ଭବାନୀପାଟଣା ପୌରପାଳିକା ରେ ଦିନକୁ ଦିନ ଦୁର୍ନୀତି ବଢିଚାଲିଥିବା ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ନଦେବା ତଥା ବିନା କାଉନସିଲ ରେ ଚାଲିଥିବା ଉର୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ତଥା ଜନସାଧାରଣଙ୍କୁ ଉପେକ୍ଷା କରାଯାଇ ମନଇଛା କରବାର କୁ ନେଇ ପୌରାପରିଷଦ କଉଁସିଲର ମାନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଭବାନୀପାଟଣା ସହର ବାସୀ।କିଛି ମାସ ପୂର୍ବରୁ ପ୍ରାୟ ୯ କୋଟି ଟଙ୍କାର ଟେଣ୍ଡର ଦୁର୍ନୀତି ଅଭିଯୋଗ ପରେ ଟେଣ୍ଡର ବାତିଲ ହେବା ଘଟଣା ଭବାନୀପାଟଣା ପୌରପରିଷଦ କଉଁସିଲର ଅସଲ ଚେହେରା ପଦାରେ ପଡ଼ିଥିବା ବେଳେ କଳାହାଣ୍ଡି ଜିଲ୍ଲା ର ସହରାଞ୍ଚଳ ବିକାଶ,ମହିଳା ସଶକ୍ତିକରଣ ଓ ଦିନ ମଜୁରିଆଙ୍କୁ ରୋଜଗାର ଯୋଗାଇବା ର ଲକ୍ଷ୍ୟ ନେଇ ସହରାଞ୍ଚଳ ମାନଙ୍କରେ ମୁକ୍ତା ଯୋଜନା ବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନାରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ପୌରପାଳିକା କୁ ଅଂଚଳର ସାମଗ୍ରିକ ବିକାଶ ପାଇଁ ଅଜାଡି ଦେଇଥିବା ବେଳେ ଭବାନୀପାଟଣା ପୌରପାଳିକାର ବେପାରୁଆ ନୀତି ଯୋଗୁଁ ସ୍ୱୟଂ ସହାୟକ ଗୋଷ୍ଠୀ ଆଳରେ ଠିକାଦାର ପୋଷା ଏବେ ବାଟରୁ ଯାଇ ହାଟରେ ଗଡୁଛି।ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ ନାଁରେ କୋଟି କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ ହୋଇଥିବା ବେଳେ ଆଖିଦୃଶିଆ ନିର୍ମାଣ କାର୍ଯ୍ୟ ହୋଇ ନ ଥିବା ଯୋଗୁଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଭବାନୀପାଟଣା ପୌରଧ୍ୟକ୍ଷ୍ୟ ଏଠାରେ ନାମକୁ ମାତ୍ର ଆସନ ଗ୍ରହଣ କରିଥିବାବେଳେ ତାଙ୍କ ପୁଅ ଓ ପୌର ଉପାଧ୍ୟକ୍ଷ ସବୁକାର୍ଯ୍ୟ ବୁଝୁଥିବା ଅଭିଯୋଗ ହୋଇଛି l ଅନେକ କଉଁସିଲର ଙ୍କ ଅଜାଣତରେ ଦୋକାନ ଗୃହ ବଣ୍ଟନ, ବଜାର ଓ ହୋଲଡିଂ ଟିକସ ଆଦାୟ, ଉର୍ନୟନ ରାସ୍ତା, ଡ୍ରେନ କାର୍ଯ୍ୟ, ସହର ର ସଫେଇ କାର୍ଯ୍ୟ ଆଦି କରାଯାଉଥିବା କିଛି କାଉଁସିଲର ଅଭିଯୋଗ କରିଛନ୍ତି l ସହରରେ କଣ ସବୁ ଉର୍ନୟନ କାର୍ଯ୍ୟ ଚାଲିଛି ସେ ନେଇ କାଉଁସିଲର କିମ୍ବା ସହର ବାସୀ ଜାଣିପାରୁନଥିବା ବେଳେ ସହର ମଧ୍ୟରେ ଯାହାବି ରାସ୍ତାଘାଟ ନାଳ ନିର୍ମାଣ ହେଉଛି ତାର କୌଣସି ନାଗରିକ ସୂଚନା ଫଳକ ରହୁନାହିଁ l କାର୍ଯ୍ୟ ଚାଲିଥିବା ସ୍ଥାନରେ ଜେଇ, ଏଇଙ୍କ ଦେଖା ମିଳୁନଥିବା ମନଇଛା ବିଲ କରୁଥିବା ଅଭିଯୋଗ ହେଉଛି l ମୁକ୍ତାଯୋଜନା ରେ ସହର ମଧ୍ୟରେ ଅନେକ ଲେଟିନ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଲୋକଙ୍କ କାର୍ଯ୍ୟରେ ନନାସି ବର୍ଷ ବର୍ଷ ଧରି ତାଲା ପଡିରହିଛି l ସହର ମଧ୍ୟରେ ମାଛ ମାଂସ ପାଇ ସ୍ୱତନ୍ତ୍ର ବଜାର ଥିବା ବେଳେ ରାଜ ରାସ୍ତା କଡରେ ମାଛ ଓ ମାଂସ ବିକ୍ରୀ ହୋଉଛି ଫଳରେ ଯାତାୟତ ଓ ଟ୍ରାଫିକ ସମସ୍ୟା ଦେଖାଯାଉଛି ଏପରିକି ସରକାରୀ ସ୍ତରରେ ମାଛ ମାଂସ ଦର ଧର୍ଯ୍ୟ ପୌରପାଳିକା ନ କରିଥିବାରୁ ବ୍ୟବସାୟୀ ମାନେ ମନଇଛା ଦରରେ ବିକ୍ରୀ କରି ସାଧାରଣ ଲୋକଙ୍କୁ ଶୋଷୋଣ କରୁଛନ୍ତି l ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ରାସ୍ତାଘାଟରେ ପାଣି ଜମି ରହୁଥିବା ବେଳେ ପୌରପାଳିକା ପକ୍ଷରୁ ସଠିକ ଭାବେ ସଫେଇ କରାଯାଉ ନଥିବାରୁ ସହରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି l ସହର ମଧ୍ୟରେ ଅନେକ ଖାଲ ଖମା ଥିଲେ ମଧ୍ୟ ସେଗୁଡ଼କୁ ମରାମତି କରାନଯାଇ ଲାଭଖୋର ମନବୃତି ଥିବା ଭଳି କେବଳ ନୂତନ ରାସ୍ତା ନାଳ କରିବାରେ ବ୍ୟସ୍ତ ଅଛନ୍ତି ପୌରକର୍ତ୍ତୃପକ୍ଷ l ଠିକା କାର୍ଯ୍ୟ ଗୁଡିକ ବିଭାଗୀୟ ହୋଇଥିଲେ ମଧ୍ୟ ଲାଭଖୋର ମନୋବୃତି ନେଇ କାର୍ଯ୍ୟାଗୁଡିକୁ ଠିକାଦାର ମାନଙ୍କୁ ଦିଆଯାଉଥିବାରୁ ଅନେକ କାର୍ଯ୍ୟ ନିମ୍ନ ମାନର କରାଯାଉଛି l ଏପରିକି ଏହି ପୌରସଂସ୍ଥାରେ ଅଧ୍ୟକ୍ଷା ଙ୍କ ପାଇଁ ଗୋଟିଏ, ନିର୍ବାହୀ ଅଧିକାରୀଙ୍କ ପାଇଁ ଗୋଟିଏ ଓ ଆସିସଷ୍ଟାଣ୍ଡ ଯନ୍ତ୍ରୀ ଙ୍କ ପାଇଁ ଗୋଟିଏ ସମୁଦାୟ ୩ ଗୋଟି ଗାଡି ଭଡାରେ ଲଗାଯାଇଛି l ତେବେ ଆସିସଷ୍ଟାଣ୍ଡ ଯନ୍ତ୍ରୀଙ୍କୁ ସରକାରୀ ସ୍ତରରେ ସ୍ଥାୟୀ ଗାଡି ବ୍ୟବସ୍ଥା ନଥିଲେ ମଧ୍ୟ ଏଠାରେ ସରକାରୀ ଆଇନ ଉଲଂଘନ କରି ଲଗାଯାଇଥିବା ଅଭିଯୋଗ ହୋଇଛି l ତେବେ ଏତେ ଗୁଡିଏ ଦୁର୍ନୀତି ଆଖି ଆଗରେ ହେଉଥିଲେ ମଧ୍ୟ କିପରି ପୌର କାଉଁସିଲର ମାନେ ପାଟି ଖୋଲୁନାହାନ୍ତି ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି l ଖୋଦ ରାଜ୍ୟ ସରାକାରଙ୍କ ୫ଟି ସଚିବ ଭବାନୀପାଟଣା ଆସି ସହର ର ବିକାଶ ପାଇ ଯାହା ଦରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି ପ୍ରତିଶୃତି ଦେବା ସହତାହା କାର୍ଯ୍ୟକାରୀ କରିବାକୁ ପାଣ୍ଠି ଯୋଗାଇ ଦେଇଥିଲେ ସୁଦ୍ଧା ଭବାନୀପାଟଣା ପୌରପାଳିକା କର୍ତ୍ତୃପକ୍ଷ ଙ୍କ ଦୁର ଦୃଷ୍ଟିର ଅଭାବ, ଲାଭଖୋର ମନୋବୃତି ଓ ବେପରୁଆନୀତି ଯୋଗୁଁ ଅନେକାଂଶରେ ସହରର ବିକାଶ ଯୋଜନା ଦିଗହରା ହୋଇପଡୁଛି l ଏନେଇ ଭବାନୀପାଟଣା ପୌର ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ନାୟକ ଙ୍କୁ ପଚାରିବାରୁ ସରକାରୀ ବିଧିବ୍ୟବସ୍ଥା ମଧ୍ୟରେ କାର୍ଯ୍ୟ ହେଉଛି ବୋଲି ପ୍ରକାଶ କରିଥିବା ବେଳେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଦୁର୍ନୀତି ବିରୁଦ୍ଧରେ ଅଭିଯୋଗ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ