ସାମାନ୍ୟ ବଚସାରୁ ଯୁବକକୁ ଛୁରୀ ମାଡ
କେସିଙ୍ଗା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ନିକଟ ଏକ ହୋଟେଲ ସାମ୍ନା ରେ ସାମାନ୍ୟ ବଚସାରୁ କେଶବ ନାଏକ ନାମକ ଯୁବକଙ୍କୁ ଛୁରୀ ମାଡ ହେବାଦ୍ୱାର ସେ ଗୁରୁତର ଆହତ ହୋଇ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନା ଅନୁଯାୟୀ କେସିଙ୍ଗା ୱାର୍ଡ ନଂ ୨ କେଶବ ନାଏକ ବଗାଡ଼ର କିଛି କାମ ପାଇଁ ବଜାରକୁ ଆସିଥିଲେ ଓ ପାଖାପାଖି ରାତ୍ର ୧୦.୩୦ ସମୟରେ ନିଜ ବଗାଡ଼ ସ୍ଥିତ ଘରକୁ ଫେରୁଥିଲେ ରେଳ ଷ୍ଟେସନ ନିକଟ ରିୟନ୍ସ ହୋଟେଲ ସମ୍ମୁଖରେ ୱାର୍ଡ ନଂ ୧୨ ର ତିନି ଜଣ ଯୁବକ ସହିତ କିଛି କଥାକୁନେଇ ବଚସା ହୋଇଥିଲା ଓ ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଉଗ୍ରରୂପ ନେଇ ଜଣେ ଯୁବକ ପକେଟରୁ ଛୁରୀ ବାହାର କରି କେଶବଙ୍କୁ ଆକ୍ରମଣ କରିଥିଲା ଛୁରୀ ଆଘାତ ରେ କେଶବ ର ବେକ ଓ ମୁହଁରେ ଗଭୀର କ୍ଷତ ହେବା ସହ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା। ସେଠାରେ ଉପସ୍ଥିତ ଲୋକମାନେ କେଶବକୁ ସଙ୍ଗେ ସଙ୍ଗେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ ହେଲେ ରକ୍ତସ୍ରାବ ବନ୍ଦ ନହେବାରୁ ଡାକ୍ତର କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ଭବାନୀପାଟଣା ଡାକ୍ତରଖାନା କୁ ରେଫର କରିଥିଲେ ବର୍ତ୍ତମାନ କେଶବ ଭବାନୀପାଟଣା ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ କେସିଙ୍ଗା ପୁଲିସ ଗୁରୁତ୍ୱ ସହ ଗ୍ରହଣ କରି ତିନି ଅଭିଯୁକ୍ତ ଅଜୟ ମାଝୀ, ଜୟ ସୁନା ଓ ଜଗା ସୁନା କୁ ଗିରଫ କରି ଆଇପିସି ୩୪୧,୩୨୩,୩୨୪,୩୦୭ ଓ ୩୪ ଧାରା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହି ଘଟଣା କୁ ନେଇ କିଛି ସମୟ ପାଇଁ କେସିଙ୍ଗା ଆଦର୍ଶ ଥାନାରେ ଉତ୍ତେଜନା ପ୍ରକାଶ ପାଇଥିଲା।