ବୁଗୁଡା ଥାନାଧିକାରୀ ଓ ଅତିରିକ୍ତ ଥାନାଧିକାରୀ ଙ୍କୁ ବଦଳି କାଳୀନ ସମ୍ବର୍ଦ୍ଧନା
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡ଼ା ବ୍ଲକ୍ ବୁଦ୍ଧଖୋଲ କଲ୍ୟାଣ ମଣ୍ଡପ ଠାରେ ବୁଗୁଡ଼ା ପୋଲିସ ଥାନା ପକ୍ଷରୁ ଥାନା ଅଧିକାରୀ ଓ ଅତିରିକ୍ତ ଥାନା ଅଧିକାରୀଙ୍କ ବଦଳି କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସବ୍ ଇନ୍ସପେକ୍ଟର ସମୀର କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ସମେତ ବୁଗୁଡା ବନାଅଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ, ବ୍ଳକ ଅଧ୍ଯକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବ୍ଳକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବସନ୍ତ ଦଳେଇ ପ୍ରମୁଖ ଯୋଗଦେଇଥିଲେ। ଆଇଆଇସି ଚିତରଞ୍ଜନ ବେହେରା ଓ ଅତିରିକ୍ତ ଆଇଆଇସି ସର୍ମୀଷ୍ଠା ପ୍ରଧାନଙ୍କ ଅନ୍ୟତ୍ର ବଦଳି ହୋଇଥିବା ବେଳେ ସେ ଦୁହିଁଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ବଦଳି କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ବୁଗୁଡା ଅଞ୍ଚଳର ବହୁ ବ୍ୟକ୍ତି ବିଶେଷ ଯୋଗଦେଇ ଦୁଇ ଅଧିକାରୀଙ୍କ ଗୁଣଗାନ ସହ ସମ୍ବର୍ଦ୍ଧନା ଜଣାଇଥିଲେ। ବୁଗୁଡା ପୋଲିସ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।