ମହୁଲପଲ୍ଲୀ ଗ୍ରାମରେ “ନନ୍ଦ ମହୋତ୍ସବ” ଅନୁଷ୍ଠିତ
ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ୍ ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମ ଠାରେ ଷୋହଳ ଖଣ୍ଡ ଗୋପାଳ ସମାଜ ଆଠଗଡ଼ ତାଲୁକା ଭିତିରିମୁଠା ପରିଚାଳନା ପରିଷଦ ତରଫରୁ “ନନ୍ଦ ମହୋତ୍ସବ” ଅନୁଷ୍ଠିତ ହୋଇଯାଇଛି। ଭିତିରି ମୁଠା ପରିଷଦ ସଭାପତି ନିରଞ୍ଜନ ଗୌଡଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଆସିକା ସାଂସଦ ପ୍ରମିଳା ବିଷୋୟୀ ଉଦଘାଟନ କରିଥିବା ବେଳେଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସାଂସଦ ଓ ବିଧାୟକ ନନ୍ଦ ମହୋତ୍ସବରେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ସମାଜର କୁନି କୁନି ପିଲାମାନଙ୍କୁ ଉତ୍ସାହିତ କରିବା ସହ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସମାଜର ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୋଲସରା ବ୍ଳକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧ୍ୟକ୍ଷ କାହ୍ନଚରଣ ପରିଡା, ଏନ୍ଏସି ଅଧ୍ଯକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବିଡ଼ିଓ ଧର୍ମରାଜ ପରିଡା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ସ୍ଥାନୀୟ ସରପଞ୍ଚ ବସନ୍ତ କରଣ, ବିଜୟ ସ୍ବାଇଁ, ଦୀପିକା ବାରିକ, ଜିଲ୍ଲା ପରିଷଦ ସଦସ୍ୟ ବିକ୍ରମ କୁମାର ନାୟକ, ଶିଶିର ବେହେରା, ରଞ୍ଜନ ସାହୁ, ଗୋପାଳ ସମାଜର ଶାଖା ପରିଚାଳକ ଶ୍ରୀକାନ୍ତ କୁମାର ଗୌଡ ଯୋଗଦେଇ ଥିଲେ। ନନ୍ଦ ମହୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ପାଇଁ ଚଳଚ୍ଚିତ୍ର ନାୟିକା ପୁନମ୍ ମିଶ୍ର ଓ ହାସ୍ୟ ଅଭିନେତା ସତ୍ଯବ୍ରତ ଯୋଗଦେଇଥିଲେ। ସମାଜ ପକ୍ଷରୁ ସକାଳ ୭:୩୦ ସମୟରେ ରାଣିପଡା ନିକଟସ୍ଥ ଧନେଇ ସେତୁ ଠାରୁ ନଦୀରୁ ଗଙ୍ଗା ଆବାହନ କରାଯାଇ ମହୁଲପଲ୍ଲୀ ଷୋହଳ ଖଣ୍ଡ ଗୋପାଳ ସମାଜ କୁଳଗୃହ ପର୍ଯ୍ୟନ୍ତ କଳସ ଶୋଭାଯାତ୍ରା କରାଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରସାଦ ସେବନ, ସାଂସ୍କୃତିକ କାର୍ଯ୍ୟକ୍ରମ, ମାନପତ୍ର ସହ ପୁରସ୍କାର ବିତରଣ, ବେଦପାଠ, ଭଗବତ ପଠନ ଓ ଶେଷରେ ପୂର୍ଣ୍ଣାହୁତି ହୋଇ ଯଜ୍ଞ ଉଦଯାପିତ ହୋଇଥିଲା। ସଂଯୋଜକ ରମେଶ ଚନ୍ଦ୍ର ଗୌଡ ପରିଚାଳନା ଦାୟିତ୍ବ ନେଇ ଥିବା ବେଳେ ସମାଜର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରି ଥିଲେ।