ଗୋ ତୀର୍ଥ ରୁ ସଂଗ୍ରହ ହେଲା ଅମୃତ କଳସ ମାଟି

ନିମାପଡ଼ା, (ସନ୍ତୋଷ ଦାଶ):ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ଅବସର ରେ ପ୍ରଧାନମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ଯେ, ଜୀବନ ର ପ୍ରତ୍ୟେକ ଟି ମୁହୂର୍ତ୍ତ, ପ୍ରତ୍ୟେକ ଟି ସମୟ ରାଷ୍ଟ୍ର ପ୍ରତି ସମର୍ପଣ ହିଁ ସ୍ୱତନ୍ତ୍ରତା ପାଇଁ ବଳିଦାନ ଦେଇଥିବା ବୀରମାନଙ୍କୁ ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି।ଏହା ପରେ ବିଜେପି ପକ୍ଷରୁ ବୀର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବିଭିନ୍ନ ସ୍ଥାନ ରୁ ଅମୃତ କଳସ ରେ ମାଟି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି।ଏହି ଅବସର ରେ ଆଜି ପ୍ରାଚୀ ନଦୀ ତଟ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ଐତିହାସିକ ଓ ପୌରାଣିକ ପ୍ରସିଦ୍ଧ ସ୍ଥାନ ଗୋ ତୀର୍ଥ ଠାରୁ ଅମୃତ କଳସ ରେ ମାଟି ସଂଗ୍ରହ ହୋଇଛି। ଏହି କାର୍ଯ୍ୟକ୍ରମ ରେ ରାଜ୍ଯ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା, ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ, ଯୁବ ନେତା ଦିଲ୍ଲୀପ କୁମାର ନାୟକ, ପୂର୍ବତନ ସରପଞ୍ଚ କୃଷ୍ଣ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଙ୍କ ନେତୃତ୍ୱ ରେ ଗୋ ତୀର୍ଥ ଠାରୁ ପୂଜାର୍ଚ୍ଚନା କରିବା ପରେ ପବିତ୍ର ମାଟି କଳସ ରେ ସଂଗ୍ରହ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ