ଶ୍ରୀକୃଷ୍ଣ ଙ୍କ ଜନ୍ମ ଉତ୍ସବ ଓ ନନ୍ଦୋତ୍ସବ ପାଳିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଏବଂ ନନ୍ଦୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି।ପ୍ରଥମ ଦିନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରାଯାଇ ରାତି ଉଜାଗର ରହିଥିବା ବେଳେ ଦ୍ୱିତୀୟ ଦିନ ୧୧ଟାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଯଥା ରୀତି ପୂଜାର୍ଚ୍ଚନା କରାଯାଇଛି। ଏହାପରେ ସୁସଜ୍ଜିତ ବିମାନରେ ବସାଇ ନଗର ପରିକ୍ରମା କରିବା ସହ ନନ୍ଦ ଉତ୍ସବ ପାଳନ କରାଯାଇଛି। ଫିରିଙ୍ଗିଆ ଓଡ଼ିଆ ସାହିରେ ଥିବା ବହୁ ପୁରାତନ ଭାଗବତ ପୀଠ ମନ୍ଦିରରୁ ବାହାରି କାଳୀ ମନ୍ଦିର, ଶିବ ମନ୍ଦିର, ପିତା ବଳି ମନ୍ଦିର, ବାଣିଜ୍ୟ ଭଣ୍ଡାର, ଇନ୍ଦିରା ଗାନ୍ଧୀ ଛକ, ବ୍ଲକ ଛକ ଓ ଫିରିଙ୍ଗିଆ ଥାନା ଦେଇ ପୁଣି ଭାଗବତ ପୀଠ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁ ଆନନ୍ଦ ଉଲ୍ଲାସରେ ଖୋଳ କୀର୍ତ୍ତନ ବାଜା ବାଦ୍ୟ ସହ ଫଗୁ ଖେଳରେ ମଜି ଧୁମଧାମରେ ନନ୍ଦ ଉତ୍ସବ ପାଳନ କରିଛନ୍ତି। ଭାଗବତ ପୀଠ ମନ୍ଦିରର ପୂଜକ ଜଗନ୍ନାଥ ପଣ୍ଡା, ସୀମାଞ୍ଚଳ ପଣ୍ଡାଙ୍କ ସହ ଅଞ୍ଚଳର ବରିଷ୍ଠ ବ୍ୟକ୍ତି ପତିତପାବନ ପ୍ରଧାନ, ପିତା ବଳି ମନ୍ଦିର ପୂଜକ ସତ୍ୟ ଭୁକ୍ତା, ଦିନ ବନ୍ଧୁ ବିଶୋଇ ଉଦ୍ଧବ ବିଶୋଇଙ୍କ ସହ ବହୁ ବରିଷ୍ଠ ବ୍ୟକ୍ତି ଏବଂ ଭକ୍ତ ଏହି ଉତ୍ସବରେ ସାମିଲ ହୋଇଥିଲେ। ଗାଁଠୁ ସହର ସମ୍ପୂର୍ଣ୍ଣ ଭାବେ ଉତ୍ସବ ମୁଖର ହୋଇପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ