ଯାଦବ ସଂଘ ତରଫରୁ ଜନ୍ମାଷ୍ଟମୀ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଯାଦବ ସଂଘ ତରଫରୁ ଜନ୍ମାଷ୍ଟମୀ ମହୋତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ସାରା ଦେଶରେ ଏହି ପର୍ବ ପାଳିତ ହୋଇଥିଲେ ମଧ୍ୟ ଭୁବନେଶ୍ୱରର ମେଘେଶ୍ୱର ମନ୍ଦିର ଟଙ୍କପାଣି ରୋଡ଼ ଛକରେ ପାଳିତ ଏହି ପର୍ବ ଥିଲା ନିଆରା । ସଭାପତି ସୌମ୍ୟ ରଞ୍ଜନ ଦାସଙ୍କ ନେତୃତ୍ୱରେ ସାରା ଓଡ଼ିଶା ଯାଦବ ସଂଘ ତରଫରୁ ଆୟୋଜିତ ଜନ୍ମାଷ୍ଟମୀ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ସମାରୋହ, ଯାଦବମାନଙ୍କର ପାରମ୍ପରିକ ଉଉଡ଼ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ ସମ୍ମାନିତ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଉପଦେଷ୍ଟା ମାନସ ଦାସ, ବୃନ୍ଦାବନ ଦାସ, ଗୌରୀ ଶଙ୍କର ବେହେରା, କର୍ପୋରେଟର ଅଜିତ କୁମାର ବେହେରା, ଚକ୍ରଧର ଦାସ ପ୍ରମୁଖ କୃଷ୍ଣ ଜନ୍ମ ଉତ୍ସବ ଅତି ଆନନ୍ଦମୁଖର ହୋଇଥିଲା । ଯାଦବ ମହାସଂଘର ଏହି ଆୟୋଜନ ହଜାର ହଜାର କୃଷ୍ଣପ୍ରେମୀଙ୍କୁ ଆନନ୍ଦିତ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ