ଛତ୍ରପୁର ବ୍ରହ୍ମାକୁମାରୀସ୍ ତରଫରୁ ଜନ୍ମାଷ୍ଟମୀ ମହୋତ୍ସବ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଗୁରୁବାର ଦିନ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଛତ୍ରପୁର ଉପ ସେବାକେନ୍ଦ୍ର ଶାନ୍ତି ଅନୁଭୂତି ଭବନ ତରଫରୁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ଅତି ସମାରୋହରେ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କମାଣ୍ଡିଙ୍ଗ ଅଫିସର ଆଇ, ସି, ଜୀ, ଏସ୍, ଆର୍ଯ୍ୟପଲ୍ଲୀ କମାଣ୍ଡେଣ୍ଟ ଶ୍ରୀ ପ୍ରତିପ ମୋଦକ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ କମାଣ୍ଡେଣ୍ଟ ଧନଞ୍ଜୟ କୁମାର ମିଶ୍ର ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରତାପ ମୋଦକ କହିଥିଲେ ଯେ ଆଜି ସାରା ବିଶ୍ୱରେ ଯେଉଁ ଜନ୍ମାଷ୍ଟମୀ ମହୋତ୍ସବ ପାଳନ କରାଯାଉଛି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ଶ୍ରୀକୃଷ୍ଣ ଯେତେବେଳେ ଏହି ଧରା ପୃଷ୍ଠରେ ଜନ୍ମନେଇଥିଲେ ସେହି ଜନ୍ମ ଦିନକୁ ସାରା ବିଶ୍ୱ ଆଜି ପର୍ଯ୍ୟନ୍ତ ବହୁତ ଧୁମ୍ ଧାମ୍ ରେ ପାଳନ କରୁଛନ୍ତି। ସମ୍ମାନିତ ଅତିଥି ମହୋଦୟ କହିଥିଲେ ଯେ ବ୍ରହ୍ମାକୁମାରୀସ୍ ଯେଉଁ ଜନ୍ମାଷ୍ଟମୀ ମହୋତ୍ସବ ପାଳନ କରୁଅଛି ତାହା ଅତି ସୁନ୍ଦର ଏବଂ ଅଲୌକିକ ଅଟେ କାରଣ ଜନ୍ମାଷ୍ଟମୀ ଅର୍ଥ ଏହା ଅଟେ ସତ୍ୟଯୁଗରେ ଯେତେବେଳେ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିବେ ତାଙ୍କର ଆଠ ପିଢି ଚାଲିଥାଏ। ତାହାର ଆଧ୍ୟାତ୍ମିକ ରହସ୍ୟ ଅନୁସାରେ ବ୍ରହ୍ମାକୁମାରୀସ୍ ପାଳନ କରିଥାଏ। ଶାନ୍ତି ଅନୁଭୂତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଭଉଣୀ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବର ଆଧ୍ୟାତ୍ମିକ ରହସ୍ୟ ଅତି ସୁନ୍ଦର ଭାବରେ ପ୍ରକାଶ କରିଥିଲେ ଯେ ଯେତେବେଳେ ସ୍ଵୟମ ପରମପିତା ଶିବ ପରମାତ୍ମା ଏହି ଧରା ପୃଷ୍ଠରେ ଅବତରଣ କରି ଯେଉଁ ସତ୍ୟ ଗୀତା ଜ୍ଞାନ ସହିତ ସହଜ ରାଜଯୋଗର ଶିକ୍ଷା ଦିଅନ୍ତି ସେହି ଶିକ୍ଷାକୁ ଯେଉଁମାନେ ଧାରଣ କରି ଚାଲନ୍ତି ସେଇମାନେ ଆଗାମୀ ସତ୍ୟଯୁଗୀ ଶ୍ରୀକୃଷ୍ଣ ପୁରୀରେ ଆଠ ଜନ୍ମ ପର୍ଯ୍ୟନ୍ତ ସୁଖ ଶାନ୍ତିରେ କାଳାତିପାତ କରିବେ । ଜନ୍ମାଷ୍ଟମୀ ମହୋତ୍ସବରେ ସହରର କୁନି କୁନି ପିଲାମାନେ ଶ୍ରୀକୃଷ୍ଣ, ନନ୍ଦ,ଯଶୋଦା ଗୋପ ଗୋପିକା ବେଶ ଭୂଶା ହୋଇ ସମସ୍ତଙ୍କ ମନମୁଗ୍ଧ କରାଇଥିଲେ। ବ୍ରହ୍ମାକୁମାରୀ ତୃପ୍ତି ଭଉଣୀ, ମାମାଲି, ବର୍ଷା, ଶିବାନୀ ଅତି ସୁନ୍ଦର ଭାବରେ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା ରାଜଯୋଗୀ ବ୍ରହ୍ମାକୁମାର ବାଳକୃଷ୍ଣ ଭାଇ କରିଥିବା ବେଳେ ରାଜଯୋଗୀ ବ୍ରହ୍ମାକୁମାର ରାଜେନ୍ଦ୍ର ଭାଇ ସୁନ୍ଦର ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ସତାଧିକା ଭଉଣୀ ଭାଇ ଯୋଗ ଦେଇ ଥିବା ବେଳେ କାର୍ଯ୍ୟକ୍ରମକୁ ଭାଗ୍ୟ ଭଉଣୀ, ଦୀପା ଭଉଣୀ, ଗୋପାଳଭାଇ, ରଜନୀ ଭାଇ, କବିରାଜ ଭାଇ, କେଶବ ଭାଇ କୈଳାଶ ଭାଇ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ