ନନ୍ଦ ମହୋତ୍ସବ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୋୖରାଞ୍ଚଳ ହିଞ୍ଜିଳି ଗ୍ରାମ ସ୍ଥିତ ବିଜେ ଶ୍ରୀ ରାଧାକୃଷ୍ଣ ଲଳିତା ଦେବୀ ମନ୍ଦିର ଓ ଷୋହଳ ଖଣ୍ଡ ଗୋପାଳ ସମାଜ ପୂର୍ବଖଣ୍ଡ ତାଲୁକାର ନନ୍ଦିକ ଗ୍ରାମ ପରିଷଦ, ନନ୍ଦିକ ମୁଠା ପକ୍ଷରୁ ଗୁରୁବାର ନନ୍ଦ ମହୋତ୍ସବ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଛି।ପୂର୍ବାହ୍ନରେ ରାଧାକୃଷ୍ଣ ଲଳିତା ଦେବୀ ମନ୍ଦିରରେ ମୁଖ୍ୟ ପୂଜକ ଜଗନ୍ନାଥ ପାଢ଼ୀ ପ୍ରଭୁ ଶ୍ରୀ ରାଧାକୃଷ୍ଣଙ୍କ ଦିବ୍ୟ ଯୁଗଳ ମୂର୍ତ୍ତି ଙ୍କୁ ରୀତିନୀତି ଅନୁଯାୟୀ ସୁଗନ୍ଧିତ ଧୂପ,ଦୀପ,ପୁଷ୍ପ,ତୁଳସୀ ମାଳ ଓ ପବିତ୍ର ନୈବେଦ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ।ସମସ୍ତ ନୀତିକାନ୍ତି ସମାପନ ପରେ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀ ବିଗ୍ରହଙ୍କୁ ଭୋଗ, ନୈବେଦ୍ୟ ଅର୍ପଣ ଓ ଦର୍ଶନ କରି ବିଭୁକୃପା ଲାଭ କରିଥିଲେ।ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲାଗି ଅନ୍ନ ପ୍ରାସାଦ ଆୟୋଜିତ ହୋଇଥିଲା।ଶହ ଶହ ଭକ୍ତ, ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀ ନନ୍ଦଉତ୍ସବରେ ଯୋଗ ଦେଇ ଶ୍ରୀ ରାଧାକୃଷ୍ଣ ଲଳିତା ଦେବୀଙ୍କ ଦର୍ଶନ ସହ ଅନ୍ନପ୍ରସାଦ ସେବନ ସମାରୋହରେ ସାମିଲ ହୋଇଥିଲେ।ଅନୁରୂପ ଭାବେ ଷୋହଳ ଖଣ୍ଡ ଗୋପାଳ ସମାଜ ପୂର୍ବଖଣ୍ଡ ତାଲୁକାର ନନ୍ଦିକ ମୁଠା ସଭାପତି ବୃନ୍ଦାବନ ଗୌଡ଼ଙ୍କ ତତ୍ତ୍ୱାବଧାନରେ ଗ୍ରାମସ୍ଥିତ ଗୋପାଳ ସମାଜ କୋଠଘର ପରିସରରେ ମହା ଆଡମ୍ବର ପୂର୍ଣ୍ଣ ଭାବେ ନନ୍ଦ ମହୋତ୍ସବ ପାଳିତ ହୋଇଛି।ଗୋପାଳ ସମାଜର ଆରାଧ୍ୟ ଠାକୁର ଶ୍ରୀ କୃଷ୍ଣଙ୍କ ସୁଶୋଭିତ ବିଗ୍ରହକୁ ସୁସଜ୍ଜିତ ବିମାନରେ ବସାଇ ଗୋପାଳ ଭାଇ ମାନେ ଗ୍ରାମ ପରିକ୍ରମା କରିଥିଲେ।ଶ୍ରୀ ବିଗ୍ରହଙ୍କୁ ପୂଜାର୍ଚ୍ଚନା କରିବା ପରେ ଘଣ୍ଟ,ହୁଳହୁଳି,ଶଙ୍ଖ,ମୃଦଙ୍ଗ ଆଦି ବାଦ୍ୟ ବାଜଣା ଓ ବିରାଟ ପଟୁଆର ସହକାରେ ପାଛୋଟି ନେଇ ଗ୍ରାମ ପରିକ୍ରମା କରିଥିଲେ।ଶ୍ରୀ ଠାକୁରଙ୍କ ପୂଜାର୍ଚ୍ଚନା,ଲୀଳା ,ଦିବ୍ୟ ଅନୁଭୂତି ଓ ଗୋପାଳ ସମ୍ପ୍ରଦାୟ ପ୍ରତି ସମ୍ପର୍କ ଓ ଆଧ୍ୟାତ୍ମିକ ବିଚାର ସମ୍ପର୍କରେ ଆଲୋଚନା ହୋଇଥିଲା।ପରେ ସମାଜ ପକ୍ଷରୁ ନନ୍ଦ ମହୋତ୍ସବ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।ନନ୍ଦିକ ମୁଠାର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସାମୁହିକ ଭାବେ ଅନ୍ନପ୍ରସାଦ ସେବନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅନୁରୂପ ଭାବେ ସ୍ଥାନୀୟ ପୌରାଞ୍ଚଳ ପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ରାଧାକୃଷ୍ଣ ମନ୍ଦିର ଓ ମଠ ଗୁଡିକରେ ମହାଆଡମ୍ବର ସହକାରେ ନନ୍ଦୋତ୍ସବ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ