ପୂର୍ବତନ ପୋଷ୍ଟ ମାଷ୍ଟର ଙ୍କ ଦେହାନ୍ତ
ଚିକିଟୀ, (କୁରେସ ସାହୁ):ଚିକିଟୀ ବ୍ଲକ କେ. ନୂଆଗାଁ ପଞ୍ଚାୟତ କୃଷ୍ଣପୁର ଗ୍ରାମ ର ପୂର୍ବତନ ପୋଷ୍ଟ ମାଷ୍ଟର ସୌରା ପ୍ରଧାନ ଙ୍କ ସ୍ବାସ୍ଥ୍ୟ ଗତ କାରଣ ରୁ ଦେହାନ୍ତ ହୋଇଯାଇଛି। କିଛି ଦିନ ହେଲା ସେ ଅସୁସ୍ଥ ଥିଲା ବେଳେ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗୁରୁବାର ସକାଳ ଅମୃତ ବେଳା ରେ ତାଙ୍କ ଦେହାନ୍ତ ହେବା ଖବର ଡାକ୍ତର ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ନୀତିଗତ କାର୍ଯ୍ୟକଳାପ, ସମୟାନୁବର୍ତିତା, ଗଠନ ମୂଳକ ଚିନ୍ତାଧାରା ବିଶେଷ କରି ସରଳ ହୃଦୟ ପାଇଁ ସମସ୍ତ ଙ୍କ ହୃଦୟ ରେ ଘର କରିଥିଲେ। ମର ଶରୀର କୁ ଶୋକାକୁଳ ପରିବେଶ ମଧ୍ୟ ରେ ଆମ୍ବୁଲାନ୍ସ ଯୋଗେ ନିଜ ବାସ ଭବନ କୃଷ୍ଣପୁର ଅଣାଯାଇ ସଂସ୍କାର ଓ ଦାହ କରାଯାଇଛି। ବଡପୁଅ ଡାକ୍ତର ବୈଦ୍ୟନାଥ ପ୍ରଧାନ ମୁଖାଗ୍ନି ଦେଇଥିବା ବେଳେ ମର ଶରୀର ନିକଟ ରେ ସ୍ତ୍ରୀ ଲତା, ପୁଅ ଡାକ୍ତର ହର ପ୍ରସାଦ, ଶଙ୍କର ଓ କେଦାର ଉପସ୍ଥିତ ରହି ଅଶ୍ରୁଳ ବଦନ ରେ ଶେଷ ବିଦାୟ ଦେଇଥିଲେ। ଆସିଷ୍ଟାଣ୍ଟ ପ୍ରଫେସର ଡ଼ାକ୍ଟର ସଞ୍ଜୀବ ପ୍ରଧାନ, ଆଡଭୋକେଟ ଲକ୍ଷ୍ମୀକାନ୍ତ ପ୍ରଧାନ, ସରପଞ୍ଚ ଟୁନା ପ୍ରଧାନ, ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର ବାଳକୃଷ୍ଣ ପ୍ରଧାନ, ବରିଷ୍ଠ ନେତା ବିଜୟ ପ୍ରଧାନ, ଅଲେଖ ଚନ୍ଦ୍ର ପ୍ରଧାନ, ଶିକ୍ଷକ ନେତା ଶଶାଙ୍କ ପ୍ରଧାନ, ଶିକ୍ଷକ ନେତା ତ୍ରିଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣେଇ ଅମର ଆତ୍ମା ର ସଦଗତି କାମନା କରିଛନ୍ତି।