ପଲିଟେକନିକ ଛାତ୍ରଛାତ୍ରୀଙ୍କ ସେତୁ ନିର୍ମାଣ ଜ୍ଞାନ ଆହରଣ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ କଣିପଡାସ୍ଥିତ ସରକାରୀ ପଲିଟେକନିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସେତୁ ନିର୍ମାଣର କୌଶଳ ଉପରେ ତାଲିମ ପ୍ରଦାନ କରାଯାଇଥିଲା । କ଼ଟକ-ପାରାଦୀପ ରାସ୍ତାର ଜଇପୁର ଖଣ୍ଡତରୀ ନିକଟରେ ମହାନଦୀରେ ପୂର୍ତ ବିଭାଗ ଦ୍ୱାରା ନିର୍ମାଣଧିନ କତିକଟା ସେତୁର ନିର୍ମାଣ କୌଶଳ ଉପରେ ଏହି ତାଲିମ ପର୍ଯ୍ୟବେଷିତ ହୋଇଥିଲା । ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ. ବିନୟ ସାହୁ ମହାବିଦ୍ୟାଳୟର ୪୧ଜଣ ଛାତ୍ରଛାତ୍ରୀଙ୍କୁ ସେତୁ ନିର୍ମାଣର କୌଶଲ, କାରିଗରୀ ବିଦ୍ୟା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରୋଜେକ୍ଟ ମ୍ୟାନେଜର ରଶ୍ମିରଂଜନ ରାୟ, ସରକାରୀ ପଲିଟେକନିକର ସିଭିଲ ବିଭାଗର ବିଭାଗୀୟ ମୁଖ୍ୟ ଆମ୍ରପଲ୍ଲି ସାହୁ, ଅଧ୍ୟାପକ ସନ୍ଦୀପ ସାମନ୍ତରାୟ, ସ୍ୱସ୍ତିକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।