ଅବସରକାଳୀନ ସମ୍ବର୍ଦ୍ଧନା ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କୁମ୍ଭକରାଳସ୍ଥିତ ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୁନୁଲତା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ଧର୍ମେନ୍ଦ୍ର ନାରାୟଣ ଜେନା, ଶିକ୍ଷକ ସୁଧିର କୁମାର ରାଉତ, ଅବସରପ୍ରାପ୍ତ ଶିକ୍ଷକ ରାମ ଚନ୍ଦ୍ର ଜେନା, ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ମହାପାତ୍ରଙ୍କ ଗୁଣାବଳୀ ବର୍ଣ୍ଣନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ନେତା ସନାତନ ଦାସ, ଶୁଭେନ୍ଦ୍ର କୁମାର ବିଶ୍ୱାଳ, ବ୍ରହ୍ମାନନ୍ଦ ଜେନା, କାର୍ତ୍ତିକ ଦାସ, ଗ୍ରାମର ବରିଷ୍ଠ ନାଗରିକ ଗୋପବନ୍ଧୁ ସେଠୀ, ନିରଞ୍ଜନ ନାୟକ, ଶିକ୍ଷାବିତ୍ ନୃସିଂହ ଚରଣ ପରିଡା ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ସଞ୍ଜୟ ଦାସ, ଗାଗାରିନ୍ ଦାସ, ଜୟନ୍ତୀ ମହାନ୍ତିଙ୍କ ସମେତ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ସହଯୋଗ କରିଥିଲେ ।