ଛେଳି କୁ ବଞ୍ଚାଇବାକୁ ଯାଇ ଜୀବନ ଗଲା

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବାକିଙ୍ଗିଆ ନିକଟ ଦେରିନାଯୁ ଗ୍ରାମ ନିକଟ ରେ ଥିବା ଏକ ଜଙ୍ଗଲ ରେ ଛେଳି କୁ ମହୁମାଛି କବଳରୁ ବଞ୍ଚାଇବାକୁ ଯାଇ ଜଣେ ବ୍ୟକ୍ତି ଙ୍କ ର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ବାକୀଙ୍ଗିଆ ଦେରିନାଯୁ ଗ୍ରାମ ର ବିଟୁ ପ୍ରଧାନ । ସେ ଗତ ୫ ତାରିଖରୁ ଛେଳି ଚରାଇବା କୁ ଯାଇ ଆଉ ଘରକୁ ଫେରି ନଥିଲେ । ବୁଧ ବାର ପାରିବାର ଲୋକେ ନିଖୋଜ ହୋଇଥିବା ନେଇ ଥାନାରେ ଜଣାଇଥିଲେ । ବୁଧବାର ସନ୍ଧ୍ୟାରେ ହିଁ ମୃତ ଦେହ ଜଙ୍ଗଲ ରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ମହୁମାଛି ଚତୁ ପାର୍ଶ୍ଵ କୁ ଘେରି ରହିଥିବା ବେଳେ ମୁଁହ ହାତ ସବୁ ଫୁଲି ଯାଇଥିଲା । ପୋଲିସ ମୃତ ଦେହ ଉଦ୍ଧାର କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ