ପର୍ଯ୍ୟଟନସ୍ଥଳୀ ପରିଦର୍ଶନରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ

ମୋହନା, (ଅଂଶୁମାନ ପଣ୍ଡା):ତିନି ଦିନିଆ ଗଜପତି ଜ଼ିଲ୍ଲା ଗସ୍ତ ରେ ଆସି ଜ଼ିଲ୍ଲା ର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ ବାଳ ମୁକୁନ୍ଦ ଭୂୟାଁ l ୫-ଟି ସଚିବଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲାର ୧୧ଟି ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି, ବିକାଶ, ମାନ୍ୟତା ଓ ଅନୁଦାନ ପ୍ରଦାନ ନିମନ୍ତେ କେଉଁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ପ୍ରଯୁଜ୍ୟ ସେହି ସ୍ଥାନଗୁଡିକୁ ପରିଦର୍ଶନ କରିବେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ l ଏହି ଗସ୍ତ ସମୟରେ ସଚିବ ଙ୍କ ସମେତ ୪ ଜଣ ଟେକନିକାଲ ଟିମ୍ ମଧ୍ୟ ଆସିଛନ୍ତି । ସଚିବ ପ୍ରଥମ ଦିନ ରେ ପ୍ରଥମେ ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି ପଞ୍ଚାୟତ ବ୍ରାହ୍ମଣୀଦେବୀ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିବା ପରେ ଚନ୍ଦ୍ରଗିରି ନିକଟସ୍ଥ ଖସଡା ଜଳପ୍ରପାତ, ଜିରାଙ୍ଗ ବୌଦ୍ଧ ମନ୍ଦିର ବୁଲି ଦେଖିଛନ୍ତି ପରେ ଆର ଉଦୟଗିରି ବ୍ଲକ ର ବିଭିନ୍ନ ପର୍ଯଟନ ସ୍ଥଳୀ ଉପରେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାଶ ଓ ସ୍ଥାନୀୟ ଲୋକ ଙ୍କ ସହ ଆଲଚନା କରି ନୂଆଗଡ ବ୍ଲକ ଗସ୍ତ କରିଥିଲେ । ଜିଲ୍ଲାରେ ସଚିବ ୩ ଦିନ ଧରି ୭ ଗୋଟି ବ୍ଳକର ୧୧ଟି ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବେ ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି। ପ୍ରଥମ ପର୍ଯ୍ୟାୟ ରେ ଜ଼ିଲ୍ଲା ର ଖସଡ଼ା, ମାଙ୍କଡ଼ଡିଆଁ, ଗୁଦୁଗୁଦା, ଗଣ୍ଡାହାତୀ ଏବଂ ଲିଙ୍ଗଧର ଜଳପ୍ରପାତ ର ସୌନ୍ଦର୍ଯ୍ୟ କରଣ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୯କୋଟି୨୭ ଲକ୍ଷ୫୭ହଜାର ଟଙ୍କା ମଞ୍ଜୁର ହୋଇଛି l ଅତିରିକ୍ତ ସଚିବଙ୍କ ଗସ୍ତ ସମୟରେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜ୍ୟୋତିରାଜ ଅଧିକାରୀ, ବ୍ଳକ ଅଧ୍ୟକ୍ଷ ରଞ୍ଜିବ ଶବର,ବ୍ଳକ ନିର୍ବାହୀ ଯନ୍ତ୍ରୀ ଆଶିଷ ଶତପଥୀ, ମୋହନା ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକଙ୍କ ସମେତ କର୍ଚ୍ଚବାଡ଼ି ସରପଞ୍ଚ, ସମିତିସଭ୍ୟ ଓ ଶିବ ସାହୁ. ରାମ ଦଳବେହେରା,ଦୀନବନ୍ଧୁ ସାହୁ, ଅଭୟ ପରିଚା ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।ମୋହନା ଅଞ୍ଚଳ ର ଅନ୍ୟ ଜଳ ପ୍ରପାତ ଗୁଡିକୁ ମଧ୍ୟ ଆଗାମୀ ଦିନ ରେ ସାମିଲ ହେବ ଯାହା ଦ୍ୱାରା ସ୍ଥାନୀୟ ଯୁବପିଡି ରୋଜଗାର ର ସକ୍ଷମ ହେବେ ଅଂଚଳ ବାସୀ ମଧ୍ୟ ଉପକୃତ ହେବେ ତାହା ରାଜ୍ୟ ସରକାର ଙ୍କ ଇଚ୍ଛା ରହିଛି ବୋଲି ସଚିବ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ