ମୋଦିଜୀଙ୍କ ବହୁ ଆକାଂକ୍ଷିତ ଯୋଜନା “ମୋ ମାଟି ମୋ ଦେଶ”

ବାଲେଶ୍ଵର, (ସରୋଜ ପଣ୍ଡା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବହୁ ଆକାଂକ୍ଷିତ ଯୋଜନା “ମୋ ମାଟି ମୋ ଦେଶ” କୁ ସଫଳତାର ଶୀର୍ଷରେ ପହଞ୍ଚିଥିବା ପାଇଁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ବିଶ୍ଵକର୍ମା ଯୋଜନା, ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ଼ ପଞ୍ଜୀକରଣ ଏହାସହିତ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରୁ ସେବା ପକ୍ଷ ଅନ୍ତର୍ଗତ ରକ୍ତଦାନ ଶିବିର, ସ୍ବାସ୍ଥ୍ୟ ଶିବିର, ବୃକ୍ଷ ରୋପଣ, ସ୍ୱଚ୍ଛ ଭାରତ ଅଭିଯାନ ସହିତ ଗାନ୍ଧୀ ଜୟନ୍ତୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳନ ବିଷୟରେ ଯୋଜନା ପ୍ରସ୍ତୁତ କରିଥିଲେ। “ମୋ ମାଟି ମୋ ଦେଶ” ମାଟିକୁ ନମନ ବୀରଙ୍କୁ ବନ୍ଦନ କାର୍ଯ୍ଯକ୍ରମରେ ସ୍ବେଚ୍ଛାସେବୀ ମାନେ ଧର୍ମ ଦଳମତ ନିର୍ବିଶେଷରେ ପ୍ରତି ଗ୍ରାମର ଘରକୁ ଘର ବୁଲି ତାଙ୍କ ଠାରୁ ମାଟି ସଂଗ୍ରହ କରିବେ। ସେନା-ପୋଲିସ ସହୀଦ, ସ୍ବାଧୀନତା ସଂଗ୍ରାମୀ, କ୍ରାନ୍ତିକାରୀ ମାନଙ୍କୁ ଏ ଅବସରରେ ସମ୍ମାନୀତ କରାଯିବ। ଏହା ସହିତ ରାଷ୍ଟ୍ର ନିର୍ମାଣ ପାଇଁ ସମସ୍ତଙ୍କୁ ପଞ୍ଚପ୍ରାଣ ଶପଥପାଠ କରାଯିବ। ଅତ୍ୟନ୍ତ ପକ୍ଷେ ପ୍ରତି ପଞ୍ଚାୟତରେ ଏକ ଅମୃତ ବାଟିକା ନିର୍ମାଣ କରାଯିବ। ବାଟିକାରେ ୭୫ରୁ ଉର୍ଦ୍ଧ୍ବ ବୃଷ ରୋପଣ କରାଯିବ। ସଂଗୃହିତ ମାଟି ଗାଆଁରୁ ପଞ୍ଚାୟତ, ପଞ୍ଚାୟତରୁ ବ୍ଲକ୍ ରେ ଏକତ୍ରିତ ହେବାପରେ ଦିଲ୍ଲୀ ପଠାଯିବ। ଆଗାମୀ ବିଶ୍ଵକର୍ମା ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଦେଶର ଅସଂଗଠିତ କାରିଗର ଯଥା ମୋଚି, କମାର, କୁମ୍ଭାର, ଜାଲ ବୁଣାଳୀ, ସିଲାଇ , ଧୋବୀ, ଖେଳନା ତିଆରି, ରାଜ ମିସ୍ତ୍ରୀ, ପଥର କାରୀଗର ଇତ୍ୟାଦି ୧୮ ପ୍ରକାରର ପାରମ୍ପାରିକ କାର୍ଯ୍ୟ କରୁଥିବା ଲୋକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏମାନଙ୍କ ସଳ୍ପ ସୁଧରେ ଏକଲକ୍ଷ ପର୍ଯ୍ୟନ୍ତ ୠଣ, ଟୁଲକିଟ୍ ପାଇଁ ୧୫୦୦୦ ଅନୁଦାନ, ନିଃଶୁଳ୍କ ପ୍ରଶିକ୍ଷଣ ଓ ବିପଣନ ଭିତ୍ତିଭୂମି ବ୍ଯବସ୍ଥା କରାଯିବ। ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେଇନପାରିବିରୁ କେନ୍ଦ୍ର ସରକାରଙ୍କ ତରଫରୁ ଏହି ଯୋଜନାକୁ ଏକକ ଭାବେ ରାଜ୍ୟରେ ପ୍ରଚଳନ କରାଯିବ ବୋଲିି ସାଂସଦ ସୂଚନା ଦେଇଛନ୍ତି। ଏହାଫଳରେ ଲାଭାର୍ଥୀ ୩ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବା ପାଇପାରିବେ । ବୈଠକରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ନିଳଗିରି ବିଧାୟକ ସୁକାନ୍ତ ନାୟକ, ପୁର୍ବତ୍ତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୁର୍ବତ୍ତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି ଓ ପର୍ଶୁରାମ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଇଶ୍ୱର ଚନ୍ଦ୍ର ବେହେରା, ଜିଲ୍ଲା ଉପସଭାପତି କରୁଣାକର ପଣ୍ଡା, ଗଙ୍ଗାଧର ମିଶ୍ର, କମଳଲୋଚନ ଦାସ, ପ୍ରବୀର ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ଓ ସହସଂଯୋଜକ ରଞ୍ଜିତ ପୁଷ୍ଟି, ଜିଲ୍ଲା ସମ୍ପାଦକ ବିଜୟ ସାହୁ, ବିଧାୟକ ପାର୍ଥୀ ରାକେଶ ମଲ୍ଲିକ, ଅଂଶୁମାନ ମହାନ୍ତି, ମାନସ ଦତ୍ତ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ ଓ ମହେଶ୍ୱର ଜେନା, ଉମାକାନ୍ତ ପାଣ୍ଡା, ରବିନ୍ଦ୍ର ଜେନା, ପରମାନନ୍ଦ ମହାପାତ୍ର , କ୍ୟାପଟେନ ଅଶୋକ ପ୍ରଭୃତି ବୈଠକରେ ଅଂଶଗ୍ରହଣ କରି ଭିନ୍ନଭିନ୍ନ ଦାଇତ୍ୱ ଗ୍ରହଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ