ଭାରତ ଯୋଡ ଯାତ୍ରାର ଏକ ବର୍ଷ ପୂର୍ତ୍ତି
ବାଲେଶ୍ଵର, (ସରୋଜ ପଣ୍ଡା):କଂଗ୍ରେସ ଦଳ ପକ୍ଷରୁ ଦଳ ର ନେତା ରାହୁଲ ଗାନ୍ଧୀ ଙ୍କ ଭାରତ ଯୋଡ ପଦ ଯାତ୍ରା ଆଜି ଠାରୁ ଗୁଜୁରାଟ ର ଗାନ୍ଧୀ ଧାମ ସାବରମତି ଆଶ୍ରମ ଠାରୁ ଆରମ୍ଭ ହୋଇଥିଲା। ଆଜି ଏହି ପଦ ଯାତ୍ରାର ଏକ ବର୍ଷ ପୂର୍ତ୍ତି ପାଳନ ଅବସର ରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଳାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପଦ ଯାତ୍ରା ଓ ପଥପ୍ରାନ୍ତ ସଭା ଆୟୋଜିତ ହୋଇଯାଇଛି।ଏହି ପରିପ୍ରେକ୍ଷୀ ରେ ଆଜି ଅପରାହ୍ନ ରେ ବାଲେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ନେତୃତ୍ୱ ରେ ଏକ ବିଶାଳ ପଦ ଯାତ୍ରା ସିନେମା ଛକ ସ୍ଥିତ ଶହୀଦ ପାର୍କ ରୁ ବାହାରି ଫାଣ୍ଡି ଛକ ପର୍ଯ୍ୟନ୍ତ ଆସିଥିଲା।ଫାଣ୍ଡି ଛକରେ ଜିଲ୍ଲା ସଭାପତି ଶ୍ରୀ ଗିରି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ପଥପ୍ରାନ୍ତ ସଭାରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ ଉଦବୋଧନ ଦେଇ ମୋଦି ସରକାର ଓ ନବୀନ ସରକାର କିଭଳି ଓଡିଶାର ଜନ ସାଧାରଣଙ୍କୁ ମୂଲ୍ୟ ବୃଦ୍ଧି ମଧ୍ୟରେ ପେଶି ଦେଉଛନ୍ତି ବକ୍ତବ୍ୟରେ ପ୍ରକାଶ କରିଥିଲେ।କଂଗ୍ରେସ ଦଳ କ୍ଷମତାକୁ ଆସିଲେ ପ୍ରଥମେ ଦର ବୃଦ୍ଧିକୁ ନିୟନ୍ତ୍ରଣ କରି ଏଲ ପି ଜି ଗ୍ୟାସ, ଡିଜେଲ, ପେଟ୍ରୋଲ ର ଦର ହ୍ରାସ କରିବା ସହ ଆଳୁ, ପିଆଜ ଠାରୁ ଆରମ୍ଭ କରି ଜିରା,ଡାଲିର ଦର କମାଇବ ବୋଲି କହିଥିଲେ।ନବୀନ ସରକାର କିଭଳି ସି ବି ଆଈ, ପ୍ରବର୍ତ୍ତନ ନିର୍ଦ୍ଦେଷାଳୟ ର ଭୟ ରେ ବିଜେପି ଦଳ ଓ ମୋଦିଙ୍କୁ ଆଖି ବୁଜା ସମର୍ଥନ କରିଛନ୍ତି, ସେ କଥା ଦର୍ଶାଇ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁଦର୍ଶନ ଦାସ, ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ, ସତ୍ୟଶିବ ଦାସ,ଗୌତମ ସାହୁ,ରଞ୍ଜନ ଦାସ, ଗୋପୀନାଥ ପାଢ଼ୀ,ଜିଲ୍ଲା।ମହିଳା ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ଅଞ୍ଜଳି ପ୍ରଧାନ, ଅରୁଣ ଜେନା, ସୁଧାଂଶୁ ଶେଖର ଜେନା, ସରୋଜ ଲେଙ୍କା,ଜୟକୃଷ୍ଣ ବେହେରା, ମନୋରଞ୍ଜନ ପଣ୍ଡା,ରାଜୀବ ପରିଡା, ଗିରିଜା ଦାସ, ଜୀବନ ମହାପାତ୍ର, ଭବାନୀ ମହାଳିକ ଜ୍ୟୋତ୍ସ୍ନା ସେନାପତି, ସୌରଭ ବେହେରା ଓ ବିକାଶ ଦାସ ପ୍ରମୁଖ ଉଦବୋଧନ ଦେଇ ଥିଲେ।ଶେଷ ରେ ହିମାଂଶୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।