ମଦ ଦୋକାନକୁ ବିରୋଧ କରି ଅବକାରୀ ଆରକ୍ଷୀ ନିରୀକ୍ଷକଙ୍କୁ ସ୍ମାରକପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ୱର ଅବକାରୀ ଆରକ୍ଷୀ ନିରୀକ୍ଷକଙ୍କ ଜରିଆରେ ଅବକାରୀ ତଥା ସଂସ୍କୃତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଫକୀରମୋହନଗୋଲେଇ ର ଅନତି ଦୂରରେ ପୁଣ୍ୟାତ୍ମା ମହାପୁରୁଷ ଗୋପବନ୍ଧୁ ଶିଶୁଉଦ୍ୟାନ, ଗାନ୍ଧିସ୍ମୃତି ଭବନ, ମିଶନ ବାଳିକା ଉଚ୍ଚ ବିଦ୍ୟାଳୟ,ପ୍ରାଥମିକ ବିଦ୍ୟାଳୟ,ପାଞ୍ଚ ଛଟି ବ୍ୟାଙ୍କ, ମୁଖ୍ୟ ଡାକଘର, ଦୁରସଂଚାର ଜିଲ୍ଲା କାର୍ଯ୍ୟାଳୟ,କୋଟ କଚେରୀ, ଆଦି ଅନୁଷ୍ଠାନ ଥିବା ସ୍ଥାନରେ ପ୍ରସ୍ତାବିତ ବିଦେଶୀ ଠିପିବନ୍ଦ ମଦଦୋକାନ ଖୋଲା ଯିବାର ପ୍ରଶାସନିକ ନିଷ୍ପତ୍ତି ବିରୁଦ୍ଧରେ ମାନ୍ୟବର ମନ୍ତ୍ରୀ ଙ୍କ ହସ୍ତକ୍ଷେପ ପାଇଁ ସ୍ମାରକ ପତ୍ର ଫିଉଚର ବାଲେଶ୍ୱର ସଂଗଠନ ପ୍ରଦାନ କରିଛି ।ଦୁଃଖର ବିଷୟ ପ୍ରସ୍ତାବିତ ସ୍ଥାନର ଠିକ ପଛକୁ ଗୋଟିଏ ପ୍ରେକ୍ଷାଳୟ ଅଛି ଏବଂ ଦଶ ଫୁଟ ଛଡ଼ାରେ ଗୋଟିଏ ପେଟ୍ରୋଲ ପମ୍ପ ମଧ୍ୟ ଅଛି।ଏଭଳି ସମ୍ବେଦନଶୀଳ ସ୍ଥାନରେ ମଦ ଦୋକାନ ଖୋଲା ହେବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ ବୋଲି ସଂଗଠନ ତରଫରୁ ପ୍ରକାଶ କରିବାରେ ଅବକାରୀ ଆରକ୍ଷୀ ନିରୀକ୍ଷକ ସ୍ଥାନ ପରିବର୍ତ୍ତନ ପାଇଁ ରିପୋଟ ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି।