ହାଟଡିହିରେ ବ୍ଲକ ସ୍ତରୀୟ ଜିଜ୍ଞାସା ପ୍ରଶିକ୍ଷଣ କର୍ମାଶାଳା

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଜିଜ୍ଞାସା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଛି । ଦୁଇଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାକୁ ହାଟଡିହି ବ୍ଳକର ବିଇଓ ଧନେଶ୍ୱର ଖଣ୍ଡେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି କର୍ମଶାଳାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ । ଏଥିରେ ହାଟଡିହି ବ୍ଲକର ସମସ୍ତ ହାଇସ୍କୁଲର ବିଜ୍ଞାନ ଶିକ୍ଷକମାନେ ଯୋଗଦେଇ ଥିବାବେଳେ ଅତ୍ୟାଧୁନିକ ଶୈଳୀରେ ବିଜ୍ଞାନ ଶିକ୍ଷା ଉପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଜନ୍ମେଜୟ ବେହେରା, ସନ୍ଦୀପ ଦାସ, ସୁରେନ୍ଦ୍ର ନାଥ ଜେନା ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷଣ ଦେଇଥିବାବେଳେ ପ୍ରଧାନ ଶିକ୍ଷକ ଶିଶିର କୁମାର କର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ