ଗୁରୁଦିବସରେ ଶିକ୍ଷକଙ୍କ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ):ପବିତ୍ର ଗୁରୁଦିବସ ଉପଲକ୍ଷେ ଦଧିବାବନ କୋଚିଙ୍ଗ ସେଣ୍ଟର ପକ୍ଷରୁ ଗୁରୁପୂଜା ସହିତ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋଚିଙ୍ଗ ସେଣ୍ଟରର ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ମାନେ ଗୁରୁବନ୍ଦନା ଗାନକରି ଗୁରୁଜୀ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକମାନେ ସମାଜର ମେରୁଦଣ୍ଡ ଓ ରକ୍ଷା କବଚ, ସେମାନେ ସମାଜରେ ସଂସ୍କାର ଓ ବୈପ୍ଳବିକ ପରିବର୍ତ୍ତନ ଆଣିପାରନ୍ତି । ଭାରତୀୟ ସଂସ୍କୃତିରେ ଗୁରୁଶିଷ୍ୟର ପରମ୍ପରା ଯେତିକି ପୁରାତନ ସେତିକି ମହାନ ବୋଲି କୋଚିଙ୍ଗ ସେଣ୍ଟରର ଶିକ୍ଷକ ଜଗନ୍ନାଥ ପଣ୍ଡା, ପ୍ରଦୀପ କୁମାର ଭଞ୍କଜ, ପ୍ରମୋଦ ମାଝୀ, ଆନନ୍ଦ ଚରଣ ଭଞ୍ଜ, ତୀର୍ଥବାସୀ ମାଝି, ଅଭିରାମ ଦାସ ପ୍ରମୁଖ ଶିକ୍ଷକ ମାନେ ତାଙ୍କ ବକ୍ତବ୍ୟରେ ଉଲେଖ କରିଥିଲେ । ପରିଚାଳକ ସୁନିଲ କୁମାର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ