ଜୀବନଜ୍ୟୋତି ମହାବିଦ୍ୟାଳୟ ପରିଚାଳନା ପରିଷଦର ପ୍ରଥମ ବୈଠକ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଜୀବନଜ୍ୟୋତି ମହାବିଦ୍ୟାଳୟ ପରିଚାଳନା ପରିଷଦର ପ୍ରଥମ ଆନୁଷ୍ଠାନିକ ବୈଠକ ଗୁରବାର ପୂର୍ବାହ୍ନରେ ମହାବିଦ୍ୟାଳୟ ପରିସରରେ ସଭାପତି ରାଜମୋହନ ଦିଗାଳଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି । ଶିକ୍ଷକ ପ୍ରତିନିଧି ପ୍ରାଧ୍ୟାପକ ଉମାକାନ୍ତ ରଥ ସମସ୍ତଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିବା ସହ ପରିଚୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଡାଃ ସଂକର୍ଷଣ ସାହୁ ମହାବିଦ୍ୟାଳୟର ଉନ୍ନତି ଏବଂ ଆବଶ୍ୟକତା ବିଷୟରେ ସୂଚନା ପ୍ରଦାନ କରିଥିଲେ । ବିଶେଷ କରି ଭିତ୍ତିଭୂମି ସମସ୍ୟା ସମାଧାନ କୁ ପ୍ରାଥମିକତା ଦିଆ ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ପରିଷଦ କମିଟି ପକ୍ଷରୁ ଶିକ୍ଷକ ପ୍ରତିନିଧି ମହିଳା ସଦସ୍ୟା ଅଧ୍ୟାପିକା ମଞ୍ଜୁଳା ସାହୁ , ପ୍ରଦୀପ ନାୟକ, ସୁନୀଲ କୁମାର ପ୍ରଧାନ, ବିଦ୍ୟାରତ୍ନମଣି ଦିଗାଳ, ରିନା ପ୍ରଧାନ, ଉଦିତ କୁମାର ନାୟକ, ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ, ପ୍ରାଧ୍ୟାପକ ପ୍ରଭାକର ରାଜୁ , ମୋ କଲେଜ ଅଭିଯାନ ସଭାପତି ପ୍ରଦୀପ କୁମାର ବେହେରା , ମୋ କଲେଜ ସମ୍ପାଦକ ଆଦିତ୍ୟ ପ୍ରସାଦ ପାଢି ଉପସ୍ଥିତ ରହି ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଦିଗରେ ବିଭିନ୍ନ ସାମ୍ଭାବ୍ୟ ପଦକ୍ଷେପ ସମ୍ପର୍କିତ ଆଲୋଚନା କରିଥିଲେ । ଅଧ୍ୟାପିକା ମଞ୍ଜୁଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ