ଅବକାରୀ ଗୋଇନ୍ଦା ବିଭାଗ ର ଚଢାଉ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ନିକଟସ୍ଥ ପଳାସପୁର ଛକ ରେ ବେଆଇନ ମଦ ବିକ୍ରୀ ବୃଦ୍ଧି ଯୋଗୁଁ ଅବକାରୀ ଗୁଇନ୍ଦା ବିଭାଗ ବ୍ରହ୍ମପୁର ପକ୍ଷରୁ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ଆଜି ଦିଗପହଣ୍ଡି ଅବକାରୀ ସେକ୍ସନ ପଳାସପୁର ଛକ ଥିବା ଅଶୋକ କୁମାର ସାହୁଙ୍କ ମଦ ଦୋକାନ ଏବଂ ବାସଗୃହ ସହ ବଡ଼ଭାଇ ଅମୂଲ୍ୟ କୁମାର ସାହୁଙ୍କ ଘର ଏବଂ କୋଚିଆ ଦୋକାନକୁ ଚଢାଉ କରି ବିପୁଳ ପରିମାଣର ଅସଲି ନକଲି ମଦ ଜବତ କରିବା ସହ ଉଭୟଙ୍କୁ ଜବତ ମଦ ଓ ସାମଗ୍ରୀ ସହ ଉଠାଇ ନେଇଛି । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଜି ମଧ୍ୟାହ୍ନରେ ଅବକାରୀ ଗୁଇନ୍ଦା ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ଅଶୋକ ସାହୁଙ୍କ ଘର ଚଢାଉ କରି ନକଲି ମଦ ତିଆରି ପ୍ଲାଣ୍ଟ ସହ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି। ଏହା ସହ ଅଶୋକ ସାହୁଙ୍କ ଦ୍ଵାରା ନାମୀ ଦାମୀ କମ୍ପାନୀର ସିଲ୍, ଠିପି ନକଲି ମଦ ପ୍ରସ୍ତୁତିର ଡେମୋ ଦେଖିଥିଲେ । ତଦନ୍ତ ସମୟରେ ପ୍ରସ୍ତୁତ ନକଲି ମଦକୁ ଦୁଇ ଭାଇ ନିଜନିଜ କାଉଣ୍ଟରରେ ବିକ୍ରି କରୁଥିବା ସୂଚନା କ୍ରମରେ ବଡ଼ଭାଇ ଅମୂଲ୍ୟ ସାହୁଙ୍କ ଘର ଏବଂ ନିଜସ୍ଵ କାଉଣ୍ଟର ସହ ଅଶୋକ ସାହୁଙ୍କ ଡେଙ୍ଗାଉସ୍ତା – ପକାସପୁର ରାସ୍ତା ପଲାସପୁର ଛକ ସ୍ଥିତ କାଉଣ୍ଟରକୁ ଚଢାଉ କରିଥିଲେ । ଚଢାଉ ସମୟରେ ଦୋକାନରେ ଥିବା ଦୁଇଗୋଟି ସ୍ଲିପିଟ ଫ୍ରିଜରେ ମହଜୁଦ ଥିବା ବିଭିନ୍ନ ବ୍ରାଣ୍ଡର ବିପୁଳ ମଦଭର୍ତ୍ତି ବୋତଲ ଜବତ କରିବା ସହିତ ବ୍ୟବସାୟପାଇଁରଖାଯାଇଥିବା ଅନ୍ୟ ମଦକୁ ମଧ୍ୟ ଜବତ କରାଯାଇଛି । ଜବତ ମଦକୁ ମୁଖ୍ୟାଳୟ ନେଇଥିବା ବେଳେ ଉଭୟ ଭାଇଙ୍କୁ ଗିରଫ କରି ନେଇଯାଇଥିବା ଦେଖିବାକୁ ମିଳିଛି । ଜବତ ମଦର ପରିମାଣ ଏବଂ ଆନୁମାନିକ ବଜାର ମୂଲ୍ୟ ନେଇ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ ଏବଂ ମାଜିଷ୍ଟ୍ରେଟଙ୍କ ଅନୁପସ୍ଥିତିରେ ଜବତ ମଦକୁ ନିଜ ହେପାଜତକୁ ନେଇଥିବାରୁ ବିଭାଗର କାର୍ଯ୍ୟ ଶୈଳୀ ନେଇ ସାଧାରଣରେ ସଂଶୟ ସୃଷ୍ଟି ହୋଇଥିବା ଶୁଣିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ