ସାନଖେମୁଣ୍ଡି ସରପଂଚ ସଂଘ ବୈଠକ କର୍ମକର୍ତ୍ତା ଚୟନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ସରପଞ୍ଚଙ୍କ ଏକ ଜରୁରୀ ବୈଠକ ଗତକାଲି ଗୁରୁବାର ଦିନ ଦିଗପହଣ୍ଡି ଖେମୂଣ୍ଡି କଲେଜ୍ ନିକଟସ୍ଥ ଗୋପାଳ ସମାଜ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହିଳା ସରପଞ୍ଚଙ୍କ ସହ ପ୍ରତିନିଧି ଏବଂ ପୁରୁଷ ସରପଞ୍ଚ ସମୂହ ଯୋଗଦେଇଥିବା ଯୋଗ ଦେଇଥିବା ଜଣାପଡ଼ିଛି।ସୂଚନା ପ୍ରକାରେ ରାଜ୍ୟ ସରପଂଚ ସଂଘର ନିର୍ଦ୍ଦେଶ ଅନୁସାରେ ଆୟୋଜିତ ଏହି ବୈଠକରେ ସର୍ବସମ୍ମତି କ୍ରମରେ କର୍ମକର୍ତ୍ତା ଚୟନ ହୋଇଥିବା ବେଳେ ପଞ୍ଚୟତସ୍ତରରେ ନିର୍ବାଚିତ ଏହି ପଦବୀର ଗୁରୁତ୍ଵ , ଅଧିକାର ସହ ପଦ ପଦବୀ ମର୍ଯ୍ୟାଦା ଆବଶ୍ୟକତା ଅନୁସାରେ ସରପଞ୍ଚ ମାନଙ୍କ ଦାୟିତ୍ୱ ଦରମା ବୃଦ୍ଧି ନେଇ ଆସନ୍ତା ଦିନର ରଣନୀତି ନେଇ ମିଳିତ ଆଲୋଚନା କରାଯାଇଛି । ଆୟୋଜିତ ଏହି ବୈଠକରେ ନିଜ ନିଜ ପଞ୍ଚାୟତ ର ସାମାଜିକ ଅର୍ଥନୈତିକ ଏବଂ ଉନ୍ନୟନ ମୂଳକ ସରକାରୀ ଯୋଜନାର ସଫଳ ରୂପାୟନ ନେଇ ରହୁଥିବା ସମସ୍ୟାର ସମାଧାନ ନେଇ ଆନ୍ତରିକତା ସହ ସଂଘ କାର୍ଯ୍ୟ କରିବାକୁ ବଦ୍ଧ ପରିକର ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ସଂଘ ସଦସ୍ୟଙ୍କ ସମ୍ମତି କ୍ରମେ ସଭାପତି ଭାବେ ଏରେଣ୍ଡରା ସରପଂଚ ଶ୍ରୀ ଧୋବା ସ୍ବାଇଁ , ଉପ ସଭାପତି ଭାବେ ପାଟପୁର ସରପଂଚ ଶ୍ରୀମତୀ ବିଜୟ ଲକ୍ଷ୍ମୀ ବରାଡ, ସମ୍ପାଦିକା ଭାବେ ମୌଲାଭଞ୍ଜା ସରପଂଚ ଶ୍ରୀମତୀ ବର୍ଷା ସେଠୀ , ସହ ସମ୍ପାଦିକା ଭାବେ ଅମ୍ବଗାଁ ସରପଂଚ ଶ୍ରୀମତୀ ସୁନିତା ସେଠୀ , କୋଷାଧ୍ୟକ୍ଷ ଭାବେ ଗୌତମୀ ସରପଂଚ ଶ୍ରୀମତୀ ଝିଲି ରେଡ୍ଡୀ ଚୟନ ହୋଇଥିବା ବେଳେ ବ୍ଲକର ବରିଷ୍ଟ ସରପଂଚ ଶ୍ରୀ ସିମାଞ୍ଚଳ ଗୌଡ ଉପଦେଷ୍ଟା ଭାବରେ ମନୋନୀତ ହୋଇଥିବା ସୂଚନା ମିଳିଛି । ବୈଠକ ରେ ସମସ୍ତ ଜନପ୍ରତିନିଧି ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗନେଇଥିଲେ ଏବଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସାନଖେମୁଣ୍ଡି ଅଞ୍ଚଳରେ ବୈଠକ ନକରି ଅନ୍ୟ ବ୍ଲକ ରେ ଏକଜୁଟ ହେବା ସାଂପ୍ରତିକ ସାନଖେମୁଣ୍ଡିର ରାଜନୈତିକ ମହଲରେ ସରପଞ୍ଚ ମାନଙ୍କ ଭୂମିକାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି।