ଗ୍ରାସୀମ ଇଣ୍ଡୋଷ୍ଟିଜ ତରଫରୁ ଯକ୍ଷ୍ମା ମୁକ୍ତ କର୍ମଶାଳା
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ ପକ୍ଷରୁ ଯକ୍ଷ୍ମା ମୁକ୍ତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜମ ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳି ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଟିସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସୌମ୍ୟକାନ୍ତ ମହାପାତ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଗ୍ରାସୀମ ଇଣ୍ଡୋଷ୍ଟିଜରେ ସିଏସଆରମୁଖ୍ୟ ସୁସ୍ମିତା ବେହେରା ଯୋଗଦେଇ ପ୍ରଧାନମନ୍ତ୍ରୀ ଆରମ୍ବ କରିଥିବା ଟିବି ମୁକ୍ତ ଭାରତ ଅଭିଯାନ ଗଞ୍ଜାମରେ ସଫଳ କରିବା ପାଇଁ ଗ୍ରାସୀମ ତରଫରୁ ପ୍ରୟାସ କରାଯାଇଛି। ଏହି ରୋଗକୁ ଡ଼ରିବାର ନାହିଁ ଡରାଇବାର ଅଛି। ନିଜେ ସଚେତନ ହୋଇ ଅନ୍ୟ ମାନଙ୍କୁ ସଚେତନତା କରିବାର ଅଛି ବୋଲି କହିଥିଲେ।ଏହି ବ୍ଲକରେ ଥିବା ୫୦ଜଣ ଯକ୍ଷ୍ମା ରୋଗୀଙ୍କର ଏକ ବର୍ଷ ପାଇଁ ପୋଷଣ ଦାଇତ୍ୱ ଇଣ୍ଡୋଷ୍ଟିଜ ବହନ କରିବ ବୋଲି କହିଥିଲେ।ଅନ୍ୟ ମନଙ୍କ ମଧ୍ୟରେ ଗ୍ରାସୀମ ର ମାର୍କେଟିଙ୍ଗ ମୁଖ୍ୟ ନିଖିଳ ମହାପାତ୍ର, ପରିବେଶ ମୁଖ୍ୟ ସୁଚିସ୍ମିତା ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ଯକ୍ଷ୍ମା ଆକ୍ରାନ୍ତ ରୋଗୀ, ଆଶା , ଅଙ୍ଗନାବାଡି ଓ ଖଣ୍ଡଦେଉଳି ମେଡିକାଲ ଷ୍ଟାପ ସାମଲ ହୋଇଥିଲେ।