ଦିଗପହଣ୍ଡି ରେ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଗଣଧାରଣା 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଡାକରା କ୍ରମେ ଶୁକ୍ରବାର ଦିଗପହଣ୍ଡି ବ୍ଳକ ଅଧିନ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ ନେଇ ଗଠିତ ମିଳିତ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା ।ଗତ ୨୦୨୨ ନଭେମ୍ବର ୨୭ ତାରିଖରେ  ୧ ଲକ୍ଷରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଠିକା ନିଯୁକ୍ତି ଉଚ୍ଛେଦ , କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା , ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ଯକାଳକୁ ନୋସନାଲ ଇଙ୍କ୍ରିମେଣ୍ଟ ପ୍ରଦାନ , ଏକ୍ସ – କ୍ୟାଡ଼ର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ , କ୍ରୀଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ , କେନ୍ଦ୍ରୀୟ ହାରରେ ବେତନ , ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ପ୍ରଥାର ପୁନଃ ପ୍ରଚଳନ ଦାବିରେ ଆନ୍ଦୋଳନ କରିଥିଲେ । ଯାହାଫଳରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଦାବି ପୂରଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜକୁ ୧୦ ମାସ ସମୟ ଅତିବାହିତ ହୋଇଯାଇଛି । ତେବେ କୌଣସି ସୁଫଳ  ମିଳିନଥିବାରୁ ପୁଣିଥରେ ପ୍ରାଥମିକ ଶିକ୍ଷକ ମାନେ ସେମାନଙ୍କ ଦାବିକୁ ପୁନଃ ବିଚାର କରି ସମସ୍ୟାର ସମାଧାନ କରାଯାଉ ବୋଲି ପୁଣି ଥରେ ଦାବି ପତ୍ର ପ୍ରଦାନ କରିଥିଲେ । ଏପରିକି ଗତ ଅଗଷ୍ଟ ୧୬ ତାରିଖରେ ସମୂହ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଅଗଷ୍ଟ ୫ ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ ହୋଇଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ।ଏନେଇ ମିଳିତ ଶିକ୍ଷକ ସଂଘ ପକ୍ଷରୁ ବିଭାଗୀୟ ସଚିବ ଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶିକ୍ଷକ ସଂଘ ପକ୍ଷରୁ ପୁଣି ଥରେ ଆନ୍ଦୋଳନ ଡାକରା ଦିଆଯାଇଥିବା ଜଣାପଡିଛି।  ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଦିଗପହଣ୍ଡି ଶାଖା ସଭାପତି ଇ . ଗଣେଶ ପାତ୍ର ଙ୍କ ନେତୃତ୍ୱରେ ସଙ୍ଘର ସମ୍ପାଦକ ସନ୍ତୋଷ କୁମାର ଗୈାଡ , ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ଗଞ୍ଜାମ ଜିଲା ସଭାପତି ରାଜେନ୍ଦ୍ର ଗୈାଡ , ସମ୍ପାଦକ ପ୍ରଶାନ୍ତ ପାଣିଗ୍ରାହୀ , କନିଷ୍ଠ ଶିକ୍ଷକ ସଂଘ ବ୍ଲକ ସଭାପତି ବାଇଲଡୁ ପ୍ରଧାନ , ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ଗଞ୍ଜାମ ଜିଲା ସଭାପତି ବିଜୟ ଗୈାଡ , ସାମୟିକ ଶିକ୍ଷକ ସଂଘ ବ୍ଲକ ସଭାପତି ମନୋଜ କୁମାର ଚୌଧୁରୀ ପ୍ରମୁଖଙ୍କ ଉପସ୍ଥିତିରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଆନ୍ଦୋଳନ ରେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ