ଲଗାଣ ବର୍ଷା ରେ ସବୁ ଆଡ଼େ ଜଳାର୍ଣବ
ନିମାପଡ଼ା, (ସନ୍ତୋଷ ଦାଶ):ଗତ ଦୁଇଦିନ ହେଲା ଲଘୁଚାପ ପ୍ରଭାବରେ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳ ରେ ଲଗାଣ ବର୍ଷା ଜାରିରହିଛି। ଫଳରେ ବିଭିନ୍ନ ସ୍ଥାନ ରେ ବନ୍ୟାଜଳ ନିଷ୍କାସନ ନ ହୋଇ ପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନିମାପଡା ଥାନା, ବ୍ଲକ ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟ , ପ୍ରାକ୍ଟିସିଂ ସ୍କୁଲ ପରିସର ରେ ୪ ରୁ ୫ ଫୁଟ ଉଚ୍ଚରେ ବର୍ଷାଜଳ ଜମି ରହିଛି।ଥାନା ଓ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଜନସାଧାରଣ , କର୍ମଚାରୀ ଯାତାୟାତ କରିବାରେ ଘୋର ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ପ୍ରାକ୍ଟୀସିଂ ସ୍କୁଲରେ ପାଠ ପଢା ହୋଇ ପାରିନାହିଁ।କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିମାପଡ଼ା ଥାନା ଗୃହ ନିର୍ମାଣ ହୋଇଥିବାବେଳେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ବିଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହୋଇଥିବାରୁ ସାମାନ୍ୟ ବର୍ଷା ରେ ଏଠାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସାଧାରଣ ରେ ଅଭିଯୋଗ ହେଉଛି।