ଦେବୀ ନଦୀ ବନ୍ଧ ରେ ବୃକ୍ଷରୋପଣ

ନିମାପଡ଼ା, (ସନ୍ତୋଷ ଦାଶ):ବିଜେଡ଼ି ର ୨୫ ବର୍ଷ ପୂର୍ତ୍ତି ଅବସର ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଦେବୀ ନଦୀ ବନ୍ଧ ରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ଚାରା ରୋପଣ କରିଥିଲେ। ଏହା ପରେ ବିଜୁ ଛାତ୍ର ଜନତା ଦଳ ର କର୍ମୀ ମାନେ ଦେବୀ ନଦୀ ବନ୍ଧ ଓ ନଇଗୁଆଁ ବୋରେଇ ଦଣ୍ଡା ଠାରେ ୬୦୦ ରୁ ଉର୍ଦ୍ଧ ବୃକ୍ଷ ଚାରା ରୋପଣ କରିଥିଲେ। ଏହା ଦ୍ଵାରା ଦେବୀ ନଦୀ ବନ୍ଧ ସୁଦୃଢ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିବା ବେଳେ ନଇଗୁଆଁ ର ବୋରେଇ ଦଣ୍ଡା ଠାରେ ଏକ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି ହୋଇ ପାରିବ ବୋଲି ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ଶ୍ରୀ ନାୟକ ସୂଚନା ଦେଇଥିଲେ। ବିଜୁ ଯୁବ ଛାତ୍ର ଜନତା ଦଳ ସଭାପତି ପ୍ରଶାନ୍ତ ନାୟକ, ରୁଦ୍ର ପ୍ରସାଦ ଲେଙ୍କା, ବିକାଶ ତ୍ରିପାଠୀ,ସୁଶାନ୍ତ ତ୍ରିପାଠୀ ପ୍ରମୁଖ ଙ୍କ ନେତୃତ୍ୱ ରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ