ଭିଜିଲାନ୍ସ ଜାଲରେ ପଣ୍ୟାଗାର ନିଗମ ଅଧିକ୍ଷକ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ନହଁନ୍ତରା ନିକଟସ୍ଥ ଓଡିଶା ରାଜ୍ୟ ପଣ୍ୟାଗାର ନିଗମର ଅଧିକ୍ଷକ ଦେବୀ ପ୍ରସାଦ ମହାନ୍ତି ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଦଳ ତାଙ୍କୁ ଗିରଫ କରିଛି।ଅନେକ ଦିନ ହେବ ଏହି ଅଧିକାରୀ ଜଣଙ୍କ ମୋଟା ଅଙ୍କର ଲାଞ୍ଚ କାରବାର କରୁଥିବା ଭିଜିଲାନ୍ସରେ ଅଭିଯୋଗ ହୋଇଆସୁଥିଲା।ଆଜି ଏକ ସ୍ବତନ୍ତ୍ର ସାତ ଜଣିଆ ଭିଜିଲାନ୍ସ ଦଳ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।ଏହି ଗୋଦାମ ରେ ରାଶନଧାରୀଙ୍କ ନିମନ୍ତେ ଆସୁଥିବା ଚାଉଳରେ ବିଭିନ୍ନ ପ୍ରକାର ଖରାପ ଚାଉଳ ମିଶ୍ରଣ କରାଯାଉଥିଲା।ଯାହା ଫଳରେ ଗରିବ ହିତାଧିକାରୀଙ୍କ ପାଖରେ ନିମ୍ନ ମାନର ମିଶ୍ରଣ ଚାଉଳ ପହଞ୍ଚୁଥିଲା।ଏହି ଚାଉଳ ବିଭିନ୍ନ ମିଲରୁ ଆସୁଥିବା ବେଳେ ଅଧିକାରୀ ଦେବି ପ୍ରସାଦ ମହାନ୍ତିଙ୍କ ପାଖରେ ବଡ ଡିଲ ହେଉଥିଲା।ବାରମ୍ବାର ଅଭିଯୋଗ ପରେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଦଳ ଏହି ଅଧିକାରୀଙ୍କ ଉପରେ ନଜର ରଖିଥିଲା।ଏହି ଦଳରେ ଡିଏସପି ସଂଧ୍ୟାରାଣୀ ସାହୁ,ଆଇଆଇସି ମଧୁସ୍ମିତା କର,ଆଇଆଇସି ଜ୍ଞାନରଞ୍ଜନ ମହାନ୍ତି ଙ୍କ ନେତୃତ୍ୱରେ ଏକ ସାତଜଣିଆ ଭିଜିଲାନ୍ସ ଟିମ ଆଜି ଚଢ଼ାଉ କରି ଦେବେନ୍ଦ୍ର ମହାନ୍ତିଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ନଗଦ ୨ଲକ୍ଷ ୧୪ହଜାର ଟଙ୍କା ଓ ଦୁଇଟି ମୋବାଇଲ ଜବତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ