ବିନା ଲାଇସେନ୍ସରେ ନକଲି ଥଣ୍ଡା ଓ ପାଣି ପାଉଚ ପ୍ରସ୍ତୁତି

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ବିନା ଲାଇସେନ୍ସରେ ଏକାଧିକ ନକଲି ପାଣିପାଉଚ , ମିନେରାଲ (ୱାଟର) ସାଙ୍ଗକୁ ବିଭିନ୍ନ ପ୍ରକାର ଥଣ୍ଡା ଓ ସୋଢା ଆଦି ପାନୀୟ ଜଳର ବେନାମୀ କାରଖାନା ଅତି ବେଧଡକ ଭାବେ ଚାଲିଛି l ଏମାନଙ୍କ ଉପରେ ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ ପୁଲିସ ପ୍ରଶାସନର ଅଙ୍କୁଶ ନଥିଲା ପରି ମନେ ହେଉଛି l ବିନାଲାଇସେନ୍ସ ଓ ବିନା ଟେଷ୍ଟିଙ୍ଗିରେ ଏହି ନକଲି ଥଣ୍ଡା ପାନୀୟ ଜଳକୁ ଉତ୍ପାଦନ କରୁଥିବା ବେନାମୀ କାରଖାନା ମାଲିକ ଓ ବଜାରରେ ଏହି ନକଲି ଥଣ୍ଡା ପାନୀୟକୁ ବିକ୍ରୟ କରୁଥିବା ଦୋକାନୀ ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉନଥିବାରୁ ଏନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି l ଏହି ନକଲି ଥଣ୍ଡା ପାନୀୟ ଜଳକୁ ସେବନ କରିବା (ଦ୍ଵାରା) ଲୋକମାନେ ବିଭିନ୍ନ ପ୍ରକାର ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଅଞ୍ଚଳର ଜନୈକ ପ୍ରତିଷ୍ଠିତ ଡାକ୍ତର ପ୍ରକାଶ କରିଛନ୍ତି l ଅଧିକାଂଶ ଦୋକାନରେ ଯେଉଁ କମ୍ପାନୀ ଗୁଡିକର ପାଣି ପାଉଚ , ବୋତଲ ପାଣି , ଏବଂ ଥଣ୍ଡା ବିକ୍ରି ହେଉଛି ସେହି କମ୍ପାନୀ ଗୁଡିକ ମଧ୍ୟରୁ ଅଧିକାଂଶ କମ୍ପାନୀ ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ପାଣି ଓ ଥଣ୍ଡା ପ୍ୟାକିଙ୍ଗି କରୁଛନ୍ତି କି ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି l ବଜାରରେ ବିକ୍ରୟ ହେଉଥିବା ଅନେକ ପାଣି କମ୍ପାନୀର ପାଣି ବୋତଲ , ପାଣି ପାଉଚ ଓ ଥଣ୍ଡାର ବ୍ୟବହାର ଓ ଅବଧି ସଂପର୍କରେ କୌଣସି ସୂଚନା ନାହିଁ l ଅପରପକ୍ଷରେ ଏଠାକାର କେତେକ ବେନାମୀ କାରଖାନାର ମାଲିକ ଅଧିକ ଲାଭ ପାଇବା ଆଶାରେ ବାହାରୁ ନାମୀଦାମୀ କମ୍ପାନୀର ଲୋଗ ଥିବା ଜରି ଓ ଖାଲି ବୋତଲ କ୍ରୟ କରି ଶ୍ରମିକ ମାନଙ୍କ (ଦ୍ଵାରା) (ଅସ୍ବାସ୍ଥ୍ୟ ) କର ପରିବେଶରେ ଦୂଷିତ ଜଳ ସାଥିରେ ବିଭିନ୍ନ ପ୍ରକାର ଥଣ୍ଡାର ଫ୍ଲେଭର ପାଣିରେ ମିଶାଇ ସେଥିରେ କିଛି ଗ୍ୟାସ ଭର୍ତ୍ତି କରି ବୋତଲକୁ ସିଲ କରି ବଜାରକୁ ଛାଡୁଛନ୍ତି l ପାନୀୟଜଳ ସିନା ଭିତରକୁ ନକଲି ମାତ୍ର ଉପରକୁ ବ୍ରାଣ୍ଡ ଅସଲି ପରି ଦେଖା ଯାଉଥିବାରୁ ସହଜରେ ଏହା ଅନୁମାନ କରିହେଉନାହିଁ ବୋଲି ଲୋକମାନେ ଅଭିଯୋଗ କରୁଛନ୍ତି l ପାଣି ଓ ଥଣ୍ଡା ଉତ୍ପାଦନ କରିବା ପାଇଁ ସରକାରଙ୍କ ଏକାଧିକ ନୀତି ନିୟମ ରହିଛି l କମ୍ପାନୀର ଟେଡ଼ମାର୍କ , ପାଣିର ଟେଷ୍ଟିଙ୍ଗି ସାଟିଫିକେଟ , ଲାବୋରୀଟୋରୀ ସାଟିଫିକେଟ , (କ୍ୱାଲିଫିକେସନ) , ବିଏସଆଇ , ଆଇଏସଆଇ ମାନ୍ୟତା ସାଟିଫିକେଟ , ଫୁଡଲାଇସେନ୍ସ ଆଦି ଏକାଧିକ ସର୍ତ୍ତ ଓ ସର୍ତ୍ତାବଳୀ ସହ ଉତ୍ପାଦିତ ପାନୀୟ ଜଳ ଓ ଥଣ୍ଡାର (ସ୍ଵଚ୍ଛତା) , ପାରଦର୍ଶୀ , ଶୁଦ୍ଧତା , ରଙ୍ଗହୀନ , ଗନ୍ଧହୀନ , ହେବାପାଇଁ ନିୟମ ରହିଛି l ଏଠାରେ ତଥାକଥିତ ବେନାମୀ ପାଣି କମ୍ପାନୀ ମାନେ ଉପରୋକ୍ତ ସର୍ତ୍ତ ସର୍ତ୍ତାବଳୀକୁ (ଗୁରୁତ୍ୱ)ନଦେଇ କେବଳ ଲୋକ ଦେଖାଣିଆ ଭାବେ ଫୁଡ ଲାଇସେନ୍ସଟିଏ ହାତେଇ ପାଣି ଉତ୍ପାଦନ ହେଉଥିବା କାରଖାନା କାନ୍ଥରେ ଟାଙ୍ଗୀ ଦେଇ ଦୀର୍ଘ ଦିନ ଧରି ବେପାର ଚଳାଇ ଆସୁଛନ୍ତି l ଏହି ପାଣି ପାଉଚ ଓ ଥଣ୍ଡା ବୋତଲ ଗୁଡିକ କିଛି ଦିନ ରହିବା ପରେ ଗନ୍ଧ ଅନ୍ୟ ପ୍ରକାର ବାହାରୁଥିବା ବେଳେ ( ସ୍ୱାଦ ) ମଧ୍ୟ ଅଲଗା ଲାଗୁଥିବା ଅଭିଯୋଗ ହେଉଛି l ପାଣି ଓ ଥଣ୍ଡା ପ୍ୟାକିଙ୍ଗି ପୂର୍ବରୁ ଏହାର ନମୁନା ଵିଆଇସି ଲ୍ୟାବକୁ ପଠେଇ ଏହାର ଗୁଣବତ୍ତା ଯାଞ୍ଚ କରିବା ଆବଶ୍ୟକତା ଥିବା ବେଳେ ଉପରୋକ୍ତ ମାନଦଣ୍ଡକୁ ପୂରଣ କରିବାପାଇଁ ଅଧିକ ବ୍ୟୟ ବହୁଳ ହୋଇଥିବାରୁ ଅସାଧୁ ପାଣି ଉତ୍ପାଦନକାରୀ ବେନାମୀ କମ୍ପାନୀ କେବଳ ଜିଲ୍ଲା (ସ୍ୱାସ୍ଥ୍ୟ ) ବିଭାଗପକ୍ଷରୁ କୋୖଣସି ଉପାୟରେ ଫୁଡ ଲାଇସେନ୍ସଟିଏ ହାତେଇ ଦୀର୍ଘ ଦିନ ଧରି ଅନାୟାସରେ ବେପାର ଚଳାଇ ଆସୁଛନ୍ତି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି l ସ୍ଥାନୀୟ ପୁଲିସ ଓ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବା ସହ ଏକ (ସ୍ୱତନ୍ତ୍ର) ସ୍କୋର୍ଡ ଗଠନକରି ଅଚାନକ ଭାବେ ବେନାମୀ ପାଣି ଓ ଥଣ୍ଡା ପ୍ରସ୍ତୃତି କାରଖାନା ଉପରେ ଚଢ଼ାଉ କରି ଉତ୍ପାଦିତ ପାଣି ଓ ଥଣ୍ଡାର ନମୁନା ସଂଗ୍ରହ କଲେ ଉତ୍ପାଦିତ ଥଣ୍ଡା ପାନୀୟ ଜଳରେ କେତେ ଶୁଦ୍ଧତା ଓ ଗୁଣବତ୍ତା ରହିଛି ଜଣା ପଡନ୍ତା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ