ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ମଲାମାଛ ଛକ ନିକଟରୁ ଜଣେ ବ୍ରାଉନ ସୁଗାର ବ୍ୟବସାୟୀ କୁ ଗିରଫ କରିଛି କାକଟପୁର ପୋଲିସ । ବିଶେଷ ସୂତ୍ରରୁ ଖବର ପାଇଁ କାକଟପୁର ଥାନାଧିକାରୀ ଉମେଶ ସାହୁ ଙ୍କ ନେତୃତ୍ୱ ରେ ଏକ ଟିମ ଶୁକ୍ରବାର ସକାଳୁ ମଲାମାଛ ଛକନିକଟ କେନାଲ ରୋଡ଼ ରେ ଚଢାଉ କରି ଚନ୍ଦନ କୁମାର ସେନାପତି ନାମକ ବ୍ରାଉନ ସୁଗାର ବ୍ୟବସାୟୀ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଚନ୍ଦନ କୁମାର ସେନାପତି ଙ୍କ ନିକଟରୁ ୧୦ଗ୍ରାମ ୪୦୦ ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏକ ଫୋନ, ଏକ ଦୁଇ ଚକିଆ ଯାନ ଜବତ କରିଛି । ଏ ସଂକ୍ରାନ୍ତ ରେ କାକଟପୁର ଥାନା ରେ କେଶ ନମ୍ବର ୧୮୧/୨୩ ରେ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ