୧୨ଦଫା ଦାବି ପୁରଣକୁ ନେଇ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସରପଞ୍ଚ ସଂଘର ଦାବି ପତ୍ର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡ଼ିଶା ପଞ୍ଚାୟତ ରାଜ ନୀୟମା ନୁଯାଇ ୨୯ଗୋଟି ଦାୟିତ୍ୱ ପଞ୍ଚାୟତ ସ୍ତରରେ ଏବଂ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାର ମୂଳସ୍ତମ୍ୱ ସରପଞ୍ଚ କିନ୍ତୁ ସରପଞ୍ଚ ମାନଙ୍କର ମାସିକ ଭତ୍ତା ୨୩୫୦ଟଙ୍କା ଅଟେ । ଯାହାକି ଅନ୍ୟ ରାଜ୍ୟର ବାର୍ଦ୍ଧକ୍ୟ ଭତା ଠାରୁ କମ ଅଟେ । ପଞ୍ଚାୟତ ସ୍ତରରେ ଯେଉଁ ଗୁରୁଦାୟିତ୍ଵ ପାନୀୟ ଜଳ, ପରିମଳ,ଶିକ୍ଷା ଓ ସ୍ଵାସ୍ଥ୍ୟ ଭଳି ଗ୍ରମପଞ୍ଚୟତରେ କରାନଯାଇ ପଞ୍ଚାୟତ ସମିତି ମାଧ୍ୟମରେ କରାଯାଉଛି । ଯାହାକି ସରପଞ୍ଚ ମାନଙ୍କୁ ଅଣଦେଖା କରାଯାଉଛି । ତେଣୁ ଆଜି ଗଜପତି ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ୧୨ଦଫା ଦାବି ନେଇ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ପ୍ରଶାସନ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ନିମନ୍ତେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସାମନାରୁ ଜିଲ୍ଲାର ପ୍ରାୟ ସମସ୍ତ ସରପଞ୍ଚମାନେ ଏକତ୍ରିତ ହୋଇ ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବି ସମୂହ ମଧ୍ୟରେ ଅର୍ଥ ରାଶି ସିଧାସଳଖ ଗ୍ରାମପଞ୍ଚାୟତ କୁ ହସ୍ତାନ୍ତର କରାଯିବା, ପଞ୍ଚାୟତ ମାନଙ୍କରେ ଅନାସ୍ତା ପ୍ରସ୍ତାବକୁ ଉଚ୍ଛେଦ କରାଯିବା, ମାସିକ ଦରମା ୩୦, ୦୦୦ ଟଙ୍କାକୁ ବୃଦ୍ଧି , ସ୍ଥାୟୀ ପାଣ୍ଠି ବ୍ୟବସ୍ଥା, ଗ୍ରାମପଞ୍ଚାୟତକୁ ଦିଆଯାଉଥିବା ପାଣ୍ଠି ବର୍ଦ୍ଧିତ କରାଯିବା, ପାନୀୟ ଜଳ ଓ ପରିମଳ ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରାଯିବା, ସରପଞ୍ଚଙ୍କ ଅବସର କାଳୀନ ଭତ୍ତା ୧୦, ୦୦୦ଟଙ୍କା କରିବା, ଜୀବନ ବୀମା ୧୦ଲକ୍ଷ ଏବଂ ପଞ୍ଚାୟତକୁ ଜରୁରୀକାଳୀନ ପାଣ୍ଠି ବ୍ୟବସ୍ଥା କରିବା ନିମନ୍ତେ ଦାବି ରହିଛି । ଦାବି ସମୂହ ପୂରଣ ନ ହେଲେ ପରବର୍ତ୍ତୀ ସମୟରେ ରାଜରାସ୍ତାକୁ ଓହ୍ଲାଇବାକୁ ସରପଞ୍ଚ ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି ।