ସିପିଆଇ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଭାରତୀୟ କ୍ଷେତ ମଜଦୁର ସଂଘ ଓ ସିପିଆଇ ପକ୍ଷରୁ ବିଭିନ୍ନ ଦାବି ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାର ଦେଖିବାକୁ ମିଳିଥିଲା । ବିକେଏମୟୁର ଓଡିଶା ରାଜ୍ୟ କମିଟି ସଭାପତି ଜେନା ସୁବାସ ଚନଦ୍ର ରାଓ, ବିକେଏମୟୁ ରାଜ୍ୟ ସମ୍ପାଦକ ସୁର ଜେନା ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ପୋଲିସଷ୍ଟେସନ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରତ୍ୟେକ ସାମଗ୍ରୀର ଦରଦାମ ବୃଦ୍ଧି ହେବା, ଗରିବଙ୍କୁ ଜମିପଟା ବଣ୍ଟନ, ବାସଗୃହ ହୀନ ଲୋକଙ୍କୁ ଘର ଯୋଗାଇଦେବା, ତିତିଲି ଓ ଅନ୍ୟାନ୍ୟ ବନ୍ୟା ବାତ୍ୟା ସମୟରେ ଗଜପତି ଜିଲ୍ଲାର ସାତ ଗୋଟି ବ୍ଲକରେ ବନ ପାହାଡ ମାନଙ୍କରେ ବସବାସ କରୁଥିବା ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଆଦି ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଗଜପତି ଜିଲ୍ଲପାଳ ପ୍ରମୁଖଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହାସହ ବିଶେଷ କରି ଯେଉଁମାନେ ଚାଳ, ଛପର, ଟିଣ, ଆଜୱେଷ୍ଟେଟ୍ ଘରମାନଙ୍କରେ ବସବାସ କରୁଛନ୍ତି, ଯେଉଁମାନେ ଦଶ ଡେସିମେଲ ଜାଗାର ପଟ୍ଟା ପାଇ ପାରି ନାହାନ୍ତି ସେମାନେ ଲିଜ୍ ଦରଖାସ୍ତ ଜରିଆରେ ପଟ୍ଟାପାଇଁ ଆବେଦନ କରିଛନ୍ତି ତଥା ଦାଖଲ କରୁଛନ୍ତି ଏବଂ କରିବେ ସେମାନଙ୍କୁ ଘର ଡିହ ଯୋଗାଇ ଦେବା ଏବଂ ଯେଉଁମାନେ ବେଆଇନ ଭାବେ ସରକାରୀ ସ୍ଥଳ ବା ଜାଗାମାନ ଦଖଲ କରିଛନ୍ତି ସେଠାରୁ ସେମାନଙ୍କୁ ହଟାଇ ଗରିବ ଲୋକଙ୍କୁ ପ୍ରଦାନ କରିବା ନିମନ୍ତେ ଦାବି ଉଲ୍ଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ