ମହିଳା ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ରବିଶଙ୍କର ଶତପଥିଙ୍କ ମାର୍ଗଦର୍ଶନରେ ବିଶ୍ବ ଏଡସ ଦିବସ ପାଳିତ ହୋଇ ଯାଇଛି। ରେଡକ୍ରୋସ ଅଫିସର ଅଧ୍ୟାପିକା ପ୍ରିୟତମା ହେମ୍ଭ୍ରମ ଏବଂ ଅଧାପକ ଅବନି ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି ସଭାରେ ଡାକ୍ତର ସ୍ଵୟମ୍ବର ସିଂହ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ବିଷୟରେ ଅନେକ ସାରମର୍ମ ଉପଦେଶ ଦେଇଥିଲେ। ମୁଖ୍ଯବକ୍ତା ଭାବରେ ରୋଟାରି କ୍ଲବ ରାଇରଙ୍ଗପୁର ରୋୟାଲର ସଭାପତି କାଳିପ୍ରସନ୍ନ ମହାନ୍ତି ଏଡସ୍ ଦିବସର ମହତ୍ବ ବିଷୟରେ ବକ୍ତବ୍ଯ ପ୍ରଦାନ କରିଥିବା ବେଳେ ପ୍ରିୟତମା ହେମ୍ଭ୍ରମ ସ୍ବାଗତମ ଭାଷଣ ଦେଇଥିଲେ । ଅଧ୍ଯାପକ ଶ୍ରୀଯୁକ୍ତ ରାମ ସଭା ପରିଚାଳନା କରିଥିଲେ। ଛାତ୍ରୀମାନଙ୍କ ମଧ୍ଯରେ ସ୍ବାସ୍ଥ୍ୟ ଉପରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ ହୋଇ ଥିଲା। ଡକ୍ଟର ରାଜେନ୍ଦ୍ର ମଣ୍ଡଳ ଛାତ୍ରୀମାନଙ୍କୁ ସ୍ବାସ୍ଥ୍ୟ ସଚେତନତାର ଆବଶ୍ୟକତା ବିଷୟରେ ବକ୍ତବ୍ଯ ପ୍ରଦାନ କରିଥିଲେ। ଛାତ୍ରୀ କାର୍ମି ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ଯରେ ରାଜଶ୍ରୀ ନାୟକ, ରଂଜୁଲତା ନାୟକ, ପୁଷ୍ପଲତା ମୁର୍ମୁ, ପାନଶ୍ବରି ଟୁଡୁ,ମାୟା ମାହାଲୀ ପ୍ରମୁଖ ପରିଚାଳନାରେ ସହୋଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ