ହାତୀଓଟ ଓଏଭିରେ ସ୍ପାର୍କ-୨୦୨୩ ଉତ୍ସବ ଅନୁଷ୍ଠିତ
ବୁଗୁଡ଼ା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ସଙ୍ଗଠନର ପ୍ରତିଷ୍ଠା ଦିବସ, ସ୍ପାର୍କ – ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଦିବାକର ମିଶ୍ର ମୁଖ୍ୟ ଅତିଥି, ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶ ଓ ଅବସର ପ୍ରାପ୍ତ ଏବିଇଓ ସୁଧିର କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ହାତୀଓଟ ଓଏଭି ର ଅଧ୍ୟକ୍ଷ ଶ୍ରୀ ଷଡଙ୍ଗୀ ବିଦ୍ୟାଳୟର ସଫଳତା ବିଷୟରେ ସଂକ୍ଷିପ୍ତ ବିବରଣୀ ଦେବା ସହିତ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ କେବଳ ରାଜ୍ୟସ୍ତରରେ ନୁହେଁ ବିଶ୍ୱ ସ୍ତରରେ ମଧ୍ୟ କିପରି ନିଜର ପରିଚୟ ସୃଷ୍ଟି କରିବେ ସେଥିପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ସୁନାଗରିକ ହେବାପାଇଁ ଉପଦେଶ ଦେବା ସହ ବିଦ୍ୟାଳର ସଫଳତାକୁ ପ୍ରଶଂସା କରିଥିଲେ। ଏହିଅବସରରେ ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ଏହି ସଭାରେ ବିଦ୍ୟାଳୟର କମ୍ପୁଟର ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ଇଂରାଜୀ ଶିକ୍ଷୟତ୍ରୀ ଉର୍ମିଳା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ଶ୍ରାବଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।