ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟଳୟ ସମୁଖରେ ଧାରଣା

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ପ୍ରାଥମିକ ସ୍କୁଲରେ ଝୁଲୁଛି ତାଲା ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମୂହ ଧାରଣା ଛାତ୍ର ଛାତ୍ରୀ ଙ୍କ ଶିକ୍ଷା କ୍ଷେତ୍ରରେ ଅସୁବିଧା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ସଙ୍ଘ ର ଆହ୍ୱାନ ରେ ଆଜି କାଶୀନଗର ବ୍ଲକ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍ଥାନୀୟ ଗୋଷ୍ଟୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି ଆଜି ସକାଳ ୧୦ ଟା ରୁ ସମୂହ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ବିଭିନ୍ନ ନାରାବାଜି ଦେଇ ଧାରଣା ରେ ବସିଛନ୍ତି । ଆଜି ଦ୍ଵିତୀୟ ଦିନରେ ବ୍ଲକ ସଭାପତି ଗୋପାଳ ରାଓ, କାର୍ଯ୍ୟକାରୀ ସଭାପତି ଜଗଦୀଶ ପାତ୍ର, ସମ୍ପାଦକ ଗଣେଶ ପାଣିଗ୍ରାହୀ, ଆର ମଧୁ କୁମାର, ପରିଡି ମୋହନ ରାଓ, ବସନ୍ତ କୁମାର ମିଶ୍ର ଓ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପହଁଚି ବି ଇ ଓ ଙ୍କ କାର୍ଯ୍ୟାଳୟ ରେ ଦାବୀ ପତ୍ର ଦେଇଛନ୍ତି । ୩ଦଫା ଦାବି ସମ୍ଭଳିତ ପତ୍ର ଯାହାକି ୧,ଚୁକ୍ତି ଭିତିକ ନିଯୁକ୍ତି ଉଛେଦ କରାଯାଉ,୨ ସମସ୍ତଙ୍କ ଭଳି ଗ୍ରେଡ଼ପେ ୪୨୦୦ ଓ ୬ଟି ନେସନାଲ ଇନ୍କ୍ରମେଂଟ ପ୍ରଦାନ କରାଯାଇ,୩ ଏନପିଏସ ପେନସନ କୁ ଉଛେଦ କରି ପୂର୍ଵ ର ଲାଗୁଥିବା ପେନସେନ ଦିଆଯାଉ,ଆଜି ଠାରୁ ବିଭିନ୍ନ ଦାବୀ ପୂରଣ ନ ହେବା ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜରି ରଖିବାକୁ ନିଷ୍ପତି ନିଆଯାଇଥିବା ଶ୍ରୀ ପାତ୍ର ସୂଚନା ଦେଇଛନ୍ତି,ପୂର୍ଵ ରୁ ଆମରି ଦାବି ମାନିବାକୁ ସରକାର ସଚିବ ସ୍ତରୀୟ ଆଲୋଚନରେ ସୁଫଳ ନ ମିଳିବାରୁ ଆଜି ଉତ୍କଳ ଶିକ୍ଷକ ଶିକ୍ଷୟତ୍ରୀ ସଙ୍ଘ ଧାରଣା ରେ ବସି ବାକୁ ବାଧ୍ୟ ହୋଇଛନ୍ତି,ସଙ୍ଘ ତରଫରୁ ଦାବି ହୋଇ ଆସୁଥିବା ଏହି ଦାବି ଯଦି ସରକାର ନ ମାନିବେ ତାହାଲେ ଏମିତି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ, ଏବଂ ଶିକ୍ଷକ ଶିକ୍ଷୟତ୍ରୀ ସମୂହ ରାଜ ରାସ୍ତାକୁ ଉଲାଇବେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ