ଦିଗପହଣ୍ଡି କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ କୋର୍ଟ ପରିସରରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।କମିଟି ଅଧ୍ଯକ୍ଷା ତଥା ମାଜିଷ୍ଟ୍ରେଟ ପ୍ରିୟଦର୍ଶିନୀ ତ୍ରିପାଠୀ ଏହାକୁ ପରିଚାଳନା କରିଥିଲେ।ଏଥିରେ ୫୪ ଗୋଟି ଫୌଜଦାରୀ, ୪ ଗୋଟି ଦେଓ୍ବାନି ମାମଲାର ଫୈସଲା କରାଯିବା ସହ ବିଭିନ୍ନ ବ୍ଯାଙ୍କ ପକ୍ଷରୁ ୧୩ ଗୋଟି ଋଣ ମାମଲାର ଫୈସଲା କରାଯାଇ ୧୩୬୭୨୯ ଟଙ୍କା ଆଦାୟ କରାଯାଇଥିଲା।ବିଚାର ବିଭାଗୀୟ କର୍ମଚାରୀ ଶିବରାମ ସାହୁ, ଅଞ୍ଜଳି ମହାରଣା, ସଶ୍ମିତା ମହାରଣା, ସତ୍ଯନାରାୟଣ ପାଢ଼ୀ, ଅଶ୍ବିନୀ କୁମାର ପଟ୍ଟନାୟକ, ପି. ପୂର୍ଣ୍ଣଚନ୍ଦ୍ର ପାତ୍ର, କାଳିଆ ନାୟକ, ବିକ୍ରମ ବେହେରା ପ୍ରମୁଖ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।