ଛତ୍ରପୁରକୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୈାରା ଜଜ୍ ମନୋରଂଜନ ଦାଶ, ସିନିୟର ସିଭିଲ ଜଜ୍ ଲୀପା ମହାନ୍ତି ଓ ଏସଡିଜେଏମ ପ୍ରିତିଶ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ସମୁଦାୟ ୭୪ଟି ମାମଲାର ଫଇସଲା କରିଛନ୍ତି । ଏହି ବାବଦରେ ୧୭ଲକ୍ଷ୬୦ହଜାର ୨୪୮ଟଙ୍କା ଆଦାୟ କରାଯାଇଛି । ଗୋଟିଏ ମୋଟର ଦୁର୍ଘଟଣା ର ଫଇସଲା କରି କ୍ଷତିପୂରଣ ବାବଦରେ ୮ଲକ୍ଷ ୭୦ହଜାର ଟଙ୍କା ଅଦାୟ କରାଯାଇଥିବା ବେଳେ ୨ଟି ଏନଆଇ ଆକ୍ଟ ମାମଲାର ଫଇସଲା କରାଯାଇ ୧ଲକ୍ଷ ୫୦ହଜାର ଟଙ୍କା ଆଦାୟ କରାଯାଇଛି । ସେହିପରି ୩ଟି ବ୍ୟାଙ୍କ ମାମଲାର ଫଇସଲା କରାଯାଇ୭ଲକ୍ଷ ୪୦ହଜାର ୨୪୮ଟଙ୍କା ଅଦାୟ କରାଯାଇଛି । ଏହାସହିତ ଏଫଆରଟି ଏବଂ ଅନ୍ୟାନ୍ୟ ୬୮ଟି ମାମଲା ଗୁଡିକର ଫଇସଲା କରାଯାଇଛି । ବରିଷ୍ଠ ଆଇନଜିବୀ ତଥା ବେଞ୍ଚ ମେମ୍ବର ଗୋକୁଳ ଚନ୍ଦ୍ର ପଣ୍ଡା , ସରକାରୀ ଡମିନାଥ ସାହୁ , ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ଆଇନଜିବୀ ପର୍ଶୁରାମ ଗୈାଡ, ନିତ୍ୟାନନ୍ଦ ମୁଦୁଲି, ଶିବ ସାହୁ, ଏସ.ଶ୍ୟାମ କୁମାର , ମୋହନ ରେଡ୍ଡୀଙ୍କ ସମେତ ବହୁ ଆଇନଜିବୀ ମାନେ ମାମଲା ଗୁଡିକର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ