ଆଇ. ଟି. ଡି. ଏ ରୁ ବହିସ୍କୃତ ପ୍ରକଳ୍ପ ପ୍ରବନ୍ଧକ ଙ୍କ ଦୌରାତ୍ମ୍ୟ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ( ଆଇ. ଟି. ଡି. ଏ ) କୁ ବଦନାମ କରିବାପାଇଁ ରୀତିମତ ଚକ୍ରାନ୍ତ କରାଉଛି ଏବଂ ଏହି ଚକ୍ରାନ୍ତ କରୁଛନ୍ତି ଆଇ. ଟି. ଡି. ଏ ର ମିଶନ ଜୀବିକା ର ବହିସ୍କୃତ ପ୍ରକଳ୍ପ ପ୍ରବନ୍ଧକ ଗୌତମ ସ୍ୱାଇଁ l ମିଶନ ଜୀବିକା ର ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ରେ ସମ୍ପୃକ୍ତ ଥିବା ଅଭିଯୋଗ ରେ ଗୌତମ ସ୍ୱାଇଁ ଙ୍କୁ ସଂସ୍ଥା ଗତ ଏକ ସପ୍ତାହ ତଳେ ବହିସ୍କୃତ କରିଥିଲା l ଏଥିରେ ପ୍ରତିଶୋଧ ପରାୟଣ ହୋଇ ଗୌତମ କିଛି ଅସାଧୁ ଲୋକଙ୍କୁ ହାତ ବାରିଶି କରି ରୀତିମତ ସଂସ୍ଥା କୁ ବଦନାମ କରିବାରେ ଲାଗିଛନ୍ତି l ସୂଚନା ପ୍ରକାରେ ଆଦିବାସୀ ଙ୍କ ସାମଗ୍ରିକ ଉନ୍ନତି ସହ କୃଷି, ଛୋଟ ଶିଳ୍ପ ଆଦି ପ୍ରତିଷ୍ଠା କରି ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଜ଼ିଲ୍ଲା ଆଇ. ଟି. ଡି. ଏ ସଂସ୍ଥା ପକ୍ଷରୁ ମିଶନ ଜୀବିକା ମାଧ୍ୟମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି l ଫଳରେ ଦୁର୍ଗମ ଗ୍ରାମ ଗୁଡିକ ରେ ଆଦିବାସୀ ଶ୍ରେଣୀ ର ଲୋକେ ପନିପରିବା ଚାଷ , ମାଛ ଚାଷ, ଛେଳି କୁକୁଡ଼ା ପାଳନ କରି ନିଜ ଆର୍ଥିକ ସ୍ଥିତି କୁ ସୁଦୃଢ କରିପାରୁଛନ୍ତି l ମିଶନ ଜୀବିକା ର ଏହି ଦାୟିତ୍ୱ ରେ ଥିଲେ ବହିସ୍କୃତ ପ୍ରକଳ୍ପ ପ୍ରବନ୍ଧକ ଗୌତମ ସ୍ୱାଇଁ କିନ୍ତୁ ଗତ କିଛି ଦିନ ତଳେ ମାଛ ଯାଆଁଳା, କୁକୁଡ଼ା ଚିଆଁ ବଣ୍ଟନ ରେ ଅନିୟମିତତା ଏବଂ ଅର୍ଥ ଆତ୍ମସାତ ଅଭିଯୋଗ ରେ ତାଙ୍କୁ ବହିଷ୍କାର କରାଯାଇଛି, ତାପର ଠାରୁ ସ୍ୱାଇଁ ବ୍ୟତିବ୍ରସ୍ତ ହୋଇ ନିଜେ କରିଥିବା କେଳେଙ୍କାରି କୁ ଲୁଚାଇବା ପାଇଁ କିଛି ଗଣମାଧ୍ୟମରେ ସଂସ୍ଥା କୁ ବଦନାମ କରିବାରେ ଲାଗିଛନ୍ତି l ତେଵେ ସଂସ୍ଥା ତରଫରୁ ଉପକୃତ ହୋଇଥିବା ହିତାଧିକାରୀ ଏବଂ ମୋହନା ଅଞ୍ଚଳ ର ନିର୍ବାଚିତ ଜନ ପ୍ରତିନିଧି ମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି l ସରକାର ଙ୍କ ନିର୍ଦ୍ଦେଶପ୍ରକାରେ ଗଜପତି ଆଇ. ଟି. ଡି. ଏ ସଂସ୍ଥା ପକ୍ଷରୁ ବିଭିନ୍ନ ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ ହେଉଥିବା ସେମାନେ କହିଛନ୍ତି l ଆଇ. ଟି. ଡି. ଏ ସଂସ୍ଥା ପକ୍ଷରୁ ଗୌତମ ସ୍ୱାଇଁ ଙ୍କ ପାରଳାଖେମୁଣ୍ଡି ସ୍ଥିତ ଭଡାଘରେ ସଂସ୍ଥା ର ନଥିପତ୍ର ତୁରନ୍ତ ଫେରାଇବା ପାଇଁ ନୋଟିସ୍ ମରାଯାଇଛି କିନ୍ତୁ ବହିସ୍କୃତ ପ୍ରକଳ୍ପ ପ୍ରବନ୍ଧକ ଗୌତମ ସ୍ୱାଇଁ ଙ୍କ ଦେଖାମିଳୁନାହିଁ l ତିନିଦିନ ମଧ୍ୟରେ ଯଦି ସେ ସଂସ୍ଥା ର ନଥିପତ୍ର ନଫେରାନ୍ତି ତେଵେ ଆଇନ ଅନୁଯାୟୀ ତାଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଜପତି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଫାଲ୍ଗୁନୀ ମାଝୀ l