ଏ.ଆଇ.ଏସ୍‌.ଏଫର ବନ୍ତ ଶାଖା ସମ୍ମିଳନୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଠାରେ ଅଖିଳ ଭାରତ ଛାତ୍ର ସଂଘ(ଏ.ଆଇ.ଏସ.ଏଫ) ବନ୍ତ କଲେଜ ଶାଖାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅବିଭକ୍ତ ବାଲେଶ୍ୱର ଜିଲାର ପ୍ରାକ୍ତନ ଛାତ୍ର ନେତା ତଥା ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନାଙ୍କ ତତ୍ତ୍ୱାବଧାନ ତଥା ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆହୂତ ସମ୍ମିଳନୀରେ ଛାତ୍ର ସଂଘର ରାଜ୍ୟ ସଂପାଦକ କାହ୍ନୁ ଚରଣ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଖିଳ ଭାରତ ଛାତ୍ର ସଂଘର ଐତିହାସିକ ଭୂମିକା ତଥା ଦେଶର ସ୍ୱାଧିନତା ଆନ୍ଦୋଳନର ଛାତ୍ର ସଂଘର ଯୋଗଦାନ ଠାରୁ ଦୀର୍ଘ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଓ ସାମାଜିକ ପରିବର୍ତ୍ତନରେ ଛାତ୍ର ମାନଙ୍କର ଭୂମିକା ସଂପର୍କରେ ବକ୍ତବ୍ୟ ପ୍ରଦାନ କରି ଆଗାମୀ ଦିନରେ ଛାତ୍ର ସଂଘର ଆବଶ୍ୟକତା ପାଇଁ ଆହ୍ୱାନ ଦେଇଥିଲେ । ଛାତ୍ର ସମସ୍ୟା ସଂପର୍କୀତ ଆଲୋଚନାରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଛାତ୍ର ସଂଘର ୧୧ ଜଣିଆ କାର୍ଯ୍ୟକାରୀ କମିଟି ଗଠନ ହୋଇଥିଲା । ସଭାପତି ଆଶିଷ ଦାସ, ଉପସଭାପତି ଗୋପିନାଥ ମୁଖି, ସଂପାଦିକା ବୈଶାଖି ବାରିକ, ଯୁଗ୍ମ ସଂପାଦିକା ପଦ୍ମାବତୀ ନାୟକ, ସୁଜିତ୍ ଜେନା, କୋଷାଧ୍ୟକ୍ଷ ସଂଗ୍ରାମ ନାୟକ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଆଗାମୀ ଦିନରେ ଅଖିଳ ଭାରତ ଛାତ୍ର ସଂଘ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ସଂଗଠିତ କରି ଶିକ୍ଷାର ବ୍ୟବସାୟୀକରଣ ବିରୁଦ୍ଧରେ ଛାତ୍ର ଆନ୍ଦୋଳନକୁ ଜୋରଦାର କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏଥିସହ ସମସ୍ତଙ୍କ ପାଇଁ ସମାନ ଶିକ୍ଷା ବ୍ୟବସ୍ଥାକୁ ନେଇ ଲଗାତର ବ୍ୟାପକ ଆନ୍ଦୋଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ