ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆପ୍ତିରା ୟୁ.ଜି.ଏମ୍‌.ଇ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଶିକ୍ଷକ, ସମାଜସେବୀ ତଥା ଜିଲା ରେଡ୍ କ୍ରସ୍ ସୋସାଇଟର ଆଜୀବନ ସଦସ୍ୟ ଗୋପିନାଥ ଦାଶ ଯୋଗ ଦେଇ ପ୍ରାଥମିକ ଚିକିତ୍ସାର ସଂଜ୍ଞା ଓ ଆବଶ୍ୟକତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ । ଏଥିସହ ସାପ, କୁକୁର କାମୁଡା, ଅନ୍ତଃ ଓ ବର୍ହି ରକ୍ତସ୍ରାବ, ହାଡ ଫଟା, ଭଙ୍ଗା, ଅଂଶୁଘାତ ପାଇଁ ପ୍ରାଥମିକ ଚିକିତ୍ସା କରାଯିବା ସହ ରୋଗୀଙ୍କୁ ଡାକ୍ତରଖାନା ପଠାଇବା ସଂପର୍କରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ କୌଶଳ ଓ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପୁହାଣ, ଶିକ୍ଷୟିତ୍ରୀ ଅନୁଜା ପଣ୍ଡା, ଜାନକୀବାଳା ଜେନା, ଶିକ୍ଷକ ପ୍ରଭାତ କୁମାର ନାୟକ, କ୍ରୀଡା ଶିକ୍ଷକ ରତ୍ନାକର ଖିଲାର ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ